Latest Odisha News

ଚମକିବ ବାଉଁଶରେ ତିଆରି ଗହଣା

ରାୟଗଡା :: ଦେଶ ବିଦେଶରେ ଚମକିବ ଏବେ ବାଉଁଶରେ ତିଆରି ଗହଣା । ଆଧୁନିକ ଯୁଗରେ ଆଧୁନିକ ପସନ୍ଦ୍ । ତେବେ ଆଜିକାଲି ଫ୍ୟାସନ କୁ ନେଇ ଆଦିବାସୀ ମୂଳକର ଝିଅ ତିଆରି କରିଛନ୍ତି ଗହଣା । ତା ପୁଣି ବାଉଁଶରେ । ପ୍ରକୃତିର ଉପାଦାନ ବାଉଁଶ ରେ ଅଳଙ୍କାର ପ୍ରସ୍ତୁତ କରି ଆଦିବାସୀ ଏବେ ସ୍ଵାବଲମ୍ବୀ ହେବାର ଲକ୍ଷ ରଖିଛନ୍ତି । ଏମାନେ ହେଉଛନ୍ତି ରାୟଗଡ ଜିଲ୍ଲା କୋଲନରା ବ୍ଲକ ବଡ଼ ଚାନ୍ଦିଲି ଗାଁର କଲେଜରେ ପଢ଼ୁଥିବା କିଛିଝିଅ । ପାଠ ପଢା ସାରିବା ପରେନିଜ ଗୋଡରେ ନିଜେ ଠିଆ ହେବାକୁ ଯୋଜନା କରି ସ୍ୱୟଂସହାୟକ ଗୋଷ୍ଠୀ କରି ଏହି କାମ ଆରମ୍ଭ କରିଛନ୍ତି ।

ଉନ୍ନତମାନ କୌଶଳ ସାଙ୍ଗକୁ ବର୍ତମାନ ପରିସ୍ଥିତିରେ ଯୁବପିଢୀର ଆବଶ୍ୟକତାକୁ ପୂରଣ କରି ପାରିବା ଭଳି ତାଲିମଦାତାଙ୍କୁ ତାଲିମ ନେଇଛନ୍ତି । ବାଉଁଶରେ ତିଆରି ଅଳଙ୍କାର ସାଙ୍ଗକୁ ପ୍ରସାଧନ ସାମଗ୍ରୀ ନିର୍ମାଣ କରି ଛନ୍ତି । ସବୁଠାରୁ ବଡ କଥା ନିର୍ମାଣ ସାମଗ୍ରୀର ବଜାର ବ୍ୟବସ୍ଥା ହେଲେ ନିଶ୍ଚିତ ଭାବେ ଆଦିବାସୀ ଅଞ୍ଚଳରେ ଯୁବତୀ ମାନେ ସ୍ବାବଲମ୍ବୀ ହୋଇପାରିବେ ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.