Latest Odisha News

BREAKING NEWS

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ଉଠିଲା ପ୍ରଶ୍ନ

ସୁବର୍ଣ୍ଣପୁର: ସ୍ବାସ୍ଥ୍ୟମନ୍ତ୍ରୀ ଡ଼କ୍ଟର ମୁକେଶ ମହାଲିଙ୍ଗଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ଉଠିଲା ପ୍ରଶ୍ନ । ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ କେଉଟ, ଧିବର ଓ କୈବର୍ତ୍ତ ହଟାଅ ଅଲ୍‌ ଓଡ଼ିଶା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମହାଲିଙ୍ଗଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ପ୍ରଶ୍ନ ଉଠାଯାଇଛି ।

କମିଟି ପକ୍ଷରୁ କୁହାଯାଇଛି ଯେ, ମନ୍ତ୍ରୀ ୨୦୦୨ ପୂର୍ବରୁ ପାଠ ପଢ଼ିବା ସମୟରୁ ଅନୁସୂଚିତ ଜାତି ଭାବେ ସମସ୍ତ ସରକାରୀ ସୁବିଧା ନେଇଛନ୍ତି । ଯାହାକି ବେଆଇନ। ସେ ସବୁ ଫେରାଇବା ସହିତ ତୁରନ୍ତ ନୈତିକତା ଦୁଷ୍ଟିରୁ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ।

କମିଟି ଆବାହକ ଡିଙ୍ଗର କୁମ୍ଭାର ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀଙ୍କ ବିରୋଧରେ ଉତ୍ତରାଞ୍ଚଳ ରାଜସ୍ବ କମିଶନଙ୍କ କୋର୍ଟରେ ମାମଲା ବିଚରାଧୀନ ରହିଛି। ସେ କୋର୍ଟ ତାରିଖରେ ମନ୍ତ୍ରୀ ମହାଲିଙ୍ଗ ହାଜର ହୋଇନଥିଲେ । ତେବେ ମନ୍ତ୍ରୀ ମହାଲିଙ୍ଗ ପାଓ୍ବାରରେ ଥିବାରୁ ମାମଲାର ରଫା ଦଫା କରିପାରନ୍ତି ବୋଲି ଅଭିଯୋଗକାରୀ ଡିଙ୍ଗର କୁମ୍ଭାର ଆଶଙ୍କା ପ୍ରକାଶ କରିଛନ୍ତି । ଯଦି ମନ୍ତ୍ରୀଙ୍କ ବିରୋଧରେ ତୁରନ୍ତ କାର୍ଯାନୁଷ୍ଠାନ ନ ହୁଏ ତା’ ହେଲେ ୯୦ଲକ୍ଷ ଅନୁସୂଚିତ ବର୍ଗ ଲୋକ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.