Latest Odisha News

BREAKING NEWS

ଓଡ଼ିଶା ଉପକୂଳରୁ ଶକ୍ତିଶାଳୀ ‘କ୍ୟୁଆରଏସଏମ କ୍ଷେପଣାସ୍ତ୍ର’ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ନିୟନ୍ତ୍ରଣ ସୀମା ରେଖା ଅତିକ୍ରମ କରି ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ କରିବାର କିଛି ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳରୁ ଭୂପୃଷ୍ଠରୁ ଆକାଶ ଡ଼ିଆରଡ଼ିଓ କ୍ୟୁାଆରଏସଏମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ।

ଆଜି ଭାରତ ପରୀକ୍ଷା କରିଥିବା ଏହି କ୍ଷେପଣାସ୍ତ୍ରଟିକୁ ଓଡ଼ିଶା ଉପକୂଳସ୍ଥ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତକ୍ଷେପଣ କରାଯାଇଛି । ଏହି ଶକ୍ତିଶାଳୀ କ୍ଷେପଣାସ୍ତ୍ରକୁ ଭାରତୀୟ ସେନା ବ୍ୟବହାର କରି ଶତ୍ରୁପକ୍ଷର ରାଡ଼ାର, ଟ୍ୟାଙ୍କ ଏବଂ ବଙ୍କରକୁ ମଧ୍ୟ ଧ୍ୱଂସ କରିପାରିବ ।

ଆଜିର ଏହି ସଫଳ ପରୀକ୍ଷଣ ପରେ କ୍ୟୁଆରଏସଏମ କ୍ଷେପଣାସ୍ତ୍ର ଭାରତୀୟ ସେନାରେ ସାମିଲ ହେବାର ସମ୍ଭାବନା ଉଦ୍ରେକ କରିଛି । ଏହି କ୍ଷେପଣାସ୍ତ୍ର ହାସଲ ଫଳରେ ଭାରତୀୟ ପଦାଦିକ ସେନା ଅଧିକ ଶକ୍ତିଶାଳୀ ହେବା ସହିତ ଯବାନଙ୍କ ମନୋବଳ ବୃଦ୍ଧି ହୋଇଛି ।

Leave A Reply

Your email address will not be published.