Latest Odisha News

ଆତଙ୍କବାଦ ବିରୋଧରେ ଯୁଦ୍ଧ: ଭାରତୀୟ ବାୟୁସେନାକୁ ବାଲୁକା କଳାରେ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ: ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ପକ୍ଷରୁ ମଙ୍ଗଳବାର ଦିନ ସକାଳେ ଆକ୍ରମଣ କରାଯାଇ ୩୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିବା ଲାଗି ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କର ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ବାୟୁସେନାର ଯବାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ଫେବୃଆରୀ ୧୪ ତାରିଖ ଦିନ ପାକିସ୍ତାନ ପ୍ରରୋଚିତ ଆତ୍ମଘାତୀ ଆତଙ୍କବାଦୀଙ୍କ ଦ୍ୱାରା ୪୨ ଜଣ ଭାରତୀୟ ସିଆରପିଏଫ ଯବାନ ସହିଦ ହୋଇଥିଲେ । ୧୨ ଦିନର ଶୋକ ପାଳନ ପରେ ଭାରତୀୟ ଯବାନ ନୃଶଂସ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନ ସୀମା ବାଲାକୋଟରେ ବାୟୁସେନା ମିରେଜ ୨୦୦୦ ବିମାନ ଦ୍ୱାରା ଆକ୍ରମଣ କରାଯାଇଛି ।

ଆତଙ୍କବାଦକୁ ସାରା ବିଶ୍ୱରେ ନିନ୍ଦା କରାଯାଉଥିବା ବେଳେ ଏହା ବିରୋଧରେ ଭାରତ ସମେତ ଅଧିକାଂଶ ରାଷ୍ଟ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ପ୍ରଦର୍ଶନ କରିଛନ୍ତି ।

ସେ ତାଙ୍କର ଏହି ବାଲୁକା କଳା ମାଧ୍ୟମରେ ଆତଙ୍କବାଦ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହିତ ଭାରତୀୟ ବାୟୁସେନାକୁ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave A Reply

Your email address will not be published.