Latest Odisha News

କାହିଁକି ପର୍ଯ୍ୟଟକଙ୍କୁ କୁତବମିନାର ଭିତରକୁ ପ୍ରବେଶ ନିଷେଧ, କଣ ରହିଛି ଏହା ପଛର କାହାଣୀ?

ନୂଆଦିଲ୍ଲୀ: କୁତବ ମିନାର କୁତବ୍ ଉଦ-ଦିନ୍ ଆଇବାକ୍, ଇଲଟୁମିଶ୍, ଫିରୋଜ ଶାହା ତୁଗଲାକ୍, ଶେର୍ ଶାହା ସୁରୀ ଏବଂ ସିକନ୍ଦର ଲୋଦି ପରି ଶାସକମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏହା ଦିଲ୍ଲୀର ମେହେରୁଲିରେ ଅବସ୍ଥିତ । ପ୍ରତିବର୍ଷ ଭାରତ ତଥା ବିଶ୍ୱର ପ୍ରାୟ ୩୦ରୁ ୪୦ ଲକ୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି। ମାତ୍ର ଏହାକୁ କେବଳ ବାହାରୁ ଦେଖିବାକୁ ଅମୁମତି ଅଛି। ଆପଣ କୁତବ ମିନାର ଭିତରକୁ ଯାଇପାରିବେ ନାହିଁ। କାହାକୁ ଭିତରକୁ ଯିବାକୁ ଅନୁମତି ମିଳେ ନାହିଁ।

ଆଜକୁ ପ୍ରାୟ ୪୩ବର୍ଷ ପୂର୍ବେ ସମସ୍ତଙ୍କୁ ଏହା ଭିତରକୁ ଯିବାକୁ ଅନୁମତି ଦିଆଯାଉଥିଲା। ମାତ୍ର ଏବେ ଏହାକୁ କେବଳ ବାହାରୁ ଦେଖିବାକୁ ଅନୁମତି ମିଳୁଛି।୧୯୮୧ ଡିସେମ୍ୱର ୪ରେ କୁତବ ମିନାର ପରିଦର୍ଶନ ପାଇଁ ଅନେକ ପର୍ଯ୍ୟଟକ ଆସିଥିଲେ। ହଠାତ ଏହା ଭିତରୁ କେବଳ ଚିତ୍କାର ଶୁଣାଗଲା।

ସକାଳ ପ୍ରାୟ ସାଢେ ୧୧ଟା ବେଳେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ହଠାତ୍ ଟାୱାର ଭିତରେ ଥିବା ଲାଇଟ୍ ବନ୍ଦ ହୋଇଗଲା। ଏହି ସମୟ ମଧ୍ୟରେ କୁତବ ମିନାର ଭିତରେ ପ୍ରାୟ ୫୦୦ ଲୋକ ଥିଲେ । କୁତବ ମିନାର ଧଶୁଥିବା ଲୋକ ଚିତ୍କାର କରିବାକୁ ଲାଗିଲେ। ଲୋକମାନେ ଏଥିରୁ ବାହାରିବାକୁ ଚେଷ୍ଟା କରିବାକୁ ଲାଗିଲେ। ଦଳାଚକଟାରେ ଅନେକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିଲେ।

ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେ ଏହି ଦଳାଚକଟାରେ ପ୍ରାୟ ୪୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ଜଣ ଆହତ ହୋଇଥିଲେ। ସେହିଦିନଠାରୁ କୁତବମିନାରର ଭିତରକୁ ପର୍ଯ୍ୟଟକଙ୍କୁ ଯିବାକୁ ଅନୁମତି ଦିଆଯାଉନାହିଁ।

Comments are closed.