ନୂଆଦିଲ୍ଲୀ: ପ୍ରତିଷ୍ଠିତ ଅଭିନେତା ଆର.ମାଧବନଙ୍କୁ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏଫଟିଆଇଆଇ)ର ସଭାପତି ଏବଂ ଗଭର୍ଣ୍ଣିଂ କାଉନ୍ସିଲର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ଅଭିନୀତ ରକେଟ୍ରି: ଦି ନାମ୍ବି ଇଫେକ୍ଟ ଫିଲ୍ମ ନିକଟରେ ଜାତୀୟ ପୁରଷ୍କାର ପାଇଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେବା ସହ ମାଧବନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମାଧବନ ଏହି ଖୁସି ଖବର ପାଇବା ପରେ କହିଥିଲେ, ମୋତେ ଯେଉଁ ସମ୍ମାନ ଓ ବିଶ୍ୱାସ ପ୍ରଦାନ କରାଯାଇଛି ତାକୁ କେବେ ତଳେ ପକେଇବି ନାହିଁ । ଚନ୍ଦ୍ରାଯାନ ୨ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରି ଇତିହାସ ରଚିବା ପରେ ଇସ୍ରୋର ପୂର୍ବତନ ବୈଜ୍ଞାନିକ ନାମ୍ବି ନାରାୟଣଙ୍କୁ ସମସ୍ତେ ମନେ ପକାଇଥିଲେ ।
ମାଧବନ ଏବେ ତାଙ୍କର ଆଗାମୀ ଫିଲ୍ମ ଟେଷ୍ଟର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଶେଖର କାପୁରଙ୍କ ବଦଳରେ ସେ ଏହି ଦାୟିତ୍ୱ ତୁଲାଇବେ । ୨୦୦୦ରେ ମଣି ରତ୍ନମଙ୍କ ଆଲାଇ ପାୟୁଥେରେ ସେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ସେ ଦକ୍ଷିଣ ଭାରତରେ ୪ଥର ଫିଲ୍ମ ଫେୟାର ପୁରସ୍କାର ଓ ୩ଥର ତାମିଲନାଡୁ ରାଜ୍ୟ ଫିଲ୍ମ ପୁରସ୍କାର ପାଇଛନ୍ତି । ବଲିଉଡରେ ସେ ରେହେନା ହେ ତେରେ ଦିଲ ମେଁ ମାଧ୍ୟମରେ ଲୋକପ୍ରିୟ ହୋଇଥିଲେ ।
Comments are closed.