ଲଣ୍ଡନ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାର ଷ୍ଟାର ପେସର କାଗିସୋ ରାବାଡା ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହି ଅବସରରେ ରାବାଡା ଭାରତର ଯଶପ୍ରୀତ ବୁମରାହଙ୍କ ଏକ ରେକର୍ଡ ଭାଙ୍ଗି ଦେଇଛନ୍ତି । ରାବାଡା ବିଶ୍ୱ କ୍ରିକେଟରେ ସବୁଠାରୁ ଭଲ ଷ୍ଟ୍ରାଇକ ରେଟରେ ବୋଲିଂ କର ୨୦୦ ୱିକେଟ ଅକ୍ତିଆର କରିଛନ୍ତି । ରାବାଡା ୩୯.୧ ଷ୍ଟ୍ରାଇକ ରେଟରେ ଏହି ସଫଳତା ହାସଲ କରିଥିବା ବେଳେ ୪୨.୦ ହାରରେ ବୁମରାହ ବୋଲିଂ କରିଛନ୍ତି । ଡେଲ ଷ୍ଟେଇନ (୪୨.୩), ୱାକର ୟୁନୁସ (୪୩.୪) ଓ ପ୍ୟାଟ କୁମିନ୍ସ (୪୬.୩) ଯଥାକ୍ରମେ ତୃତୀୟରୁ ପଂଚମ ସ୍ଥାନ ମଧ୍ୟରେ ରହିଛନ୍ତି ।
ଜଣେ ବୋଲର କେତୋଟି ବଲ ପକାଇବା ପରେ ୱିକେଟ ହାସଲ କରନ୍ତି ତାହାକୁ ନେଇ ଏହି ଷ୍ଟ୍ରାଇକ ରେଟ ନିର୍ଦ୍ଧାରଣ କରାଯାଇଥାଏ । ବୁମରାହଙ୍କ ନିକଟରୁ କମ ବଲ ବୋଲିଂ କରି ରାବାଡା ଏହି ସଫଳତା ହାସଲ କରିଛନ୍ତି । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶି ଫାଇନାଲରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୧୨ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୪ ୱିକେଟ ବିନିମୟରେ ୪୩ ରନ ସଂଗ୍ରହ କରିପାରିଛି ।
Comments are closed.