Latest Odisha News

BREAKING NEWS

ଏଥର ବିନା ଦର୍ଶକରେ ରାବଣ ପୋଡି

ଭୁବନେଶ୍ୱର: କରୋନା ପାଇଁ ଚଳିତ ବର୍ଷ ଫିକା ପଡିବ ଦଶହରା । ଏଥିସହ ବିନା ଦର୍ଶକରେ ହେବ ରାବଣ ପୋଡି । ଘରେ ବସି ଫେସ୍‌ବୁକ୍ ଓ ୟୁଟ୍ୟୁବରେ ଲାଇଭ ଦେଖିବେ ଦର୍ଶକ । କଟକରେ ପ୍ରଶାସନର ଅନୁମତି କ୍ରମେ ରାବଣ ପୋଡି ଉତ୍ସବକୁ ଅନୁମତି ମିଳିଛି । କିନ୍ତୁ କରୋନା କଟକଣା ଯୋଗୁଁ ଚଳିତଥର ଏଠାରେ ବିନା ଦର୍ଶକରେ ସମସ୍ତ କାର୍ଯ୍ୟକ୍ରମ ହେବ ।

ଦର୍ଶକମାନେ ସବୁ କାର୍ଯ୍ୟକ୍ରମକୁ ଅନ୍‌ଲାଇନରେ ଦେଖିବାକୁ ଆୟୋଜକମାନେ ବ୍ୟବସ୍ଥା କରିଛନ୍ତି । ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ନାମରେ ଏକ ଫେସ୍‌ବୁକ ପେଜ୍‌ ଓ ୟୁଟ୍ୟୁବ ପେଜ୍‌ ଖୋଲାଯାଇଥିବା ବେଳେ ସେଥିରେ ସମସ୍ତ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ପରିଷଦର ଆବାହକ ଆଶୀର୍ବାଦ ବେହେରାଙ୍କ ସୂଚନା ଅନୁଯାୟୀ, ଏଥର ବଡ଼ ଆକାରରେ ଏହି ଉତ୍ସବ ପାଳନ କରିବା ଅସମ୍ଭବ ହୋଇ ପଡ଼ିଛି । ପୂର୍ବ ବର୍ଷମାନଙ୍କରେ ତଳ ବାଲିଯାତ୍ରା ପଡ଼ିଆରେ ଏହି କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହେଉଥିଲା । ହେଲେ ଏଥର ସରକାରଙ୍କ କୋଭିଡ୍‌ କଟକଣାକୁ ମାନି ବିନା ଦର୍ଶକରେ ପରମ୍ପରା ବଜାୟ ରଖିବାକୁ ଯୋଜନା କରାଯାଇଛି । ସନ୍ଧ୍ୟା ୮ଟାରୁ ୯ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ । ସେଥିରେ ପାରମ୍ପରିକ ନୃତ୍ୟ ସହ ଆତସବାଜି ଓ ରାବଣପୋଡ଼ି କାର୍ଯ୍ୟକ୍ରମ କରାଯିବ ।

Leave A Reply

Your email address will not be published.