Latest Odisha News

BREAKING NEWS

କାଲି ୧୨ ଶହ ଛୁଇଁବ ରାଜ୍ୟରେ କରୋନା ଡେଥ୍ କେସ୍, ୨୪ ଘଣ୍ଟାରେ ୧୫ ମୃତ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୨ ଶହ ଛୁଇଁବ । ଗତ ୨୪ ଘଣ୍ଟାରେ ଆଉ ୧୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ୮ଟି ଜିଲ୍ଲାର ସଂକ୍ରମିତ । ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୧ ଶହ ୯୬କୁ ବୃଦ୍ଧି ପାଇଛି ।

ମୃତକଙ୍କ ଭିତରେ ୧୧ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି । ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହି ଦୁଇ ଜିଲ୍ଲାରେ ସଂକ୍ରମିତଙ୍କ ସହ ମୃତ୍ୟୁସଂଖ୍ୟା ଏବେ ବଢୁଛି ।

ସେହିପରି ୨୪ ଘଣ୍ଟାରେ ଢେଙ୍କାନାଳ, ଖୋର୍ଦ୍ଧା, ସୁବର୍ଣ୍ଣପୁର ଜିଲ୍ଲାରେ ମହାମାରୀରେ ମୃତ୍ୟୁବରଣ କରିଛନ୍ତି ଆଉ ୨ ଜଣ ଲେଖାଏଁ ସଂକ୍ରମିତ । ପୁରୀ, କଟକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁହାର ରହିଛି ୦.୪୩% ।

Leave A Reply

Your email address will not be published.