Latest Odisha News

ନୂଆପଡ଼ା ଜିଲ୍ଲାର ଚାରୋଟି ବ୍ଲକରେ ରବି ଧାନ ମଣ୍ଡି ଆରମ୍ଭ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଆଜି ଠାରୁ ରବି ଧାନ କ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି । ଖଡ଼ିଆଳ, ସିନାପାଲି, କୋମନା ଓ ବୋଡେନ ବ୍ଲକରେ ମଣ୍ଡି ଖୋଲିଥିବା ବେଳେ ନୂଆପଡ଼ା ବ୍ଲକରେ ଆରମ୍ଭ ହୋଇନାହିଁ ।

ଜିଲ୍ଳାରେ ମୋଟ ୨୬ ପାକ୍ସ ଅଧୀନରେ ୩୪ଟି ମଣ୍ଡି ଖୋଲିବାକୁ ଥିବା ବେଳେ ୮ ହଜାର ୫୩୪ ଚାଷୀ ପଞ୍ଜିକରଣ ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୮୨୨୪ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଜିଲ୍ଲାରେ ମୋଟ ୪ ଲକ୍ଷ ୭୩ ହଜାର କ୍ୱିଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରହିଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

ଜିଲ୍ଲାର ନୂଆପଡା ବ୍ୟତୀତ ଚାରି ଗୋଟି ବ୍ଲକ ରେ ବିଧିବଦ୍ଧ ଭାବରେ ରବି ମଣ୍ଡିର ଉଦଘାଟନ ହୋଇଛି । ଖଡ଼ିଆଳ ବ୍ଲକ ବରଗାଁ ଠାରେ ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାର ଉଦଘାଟନ କରି ଚାଷୀମାନେ ଠିକ୍ ସମୟରେ ଧାନ ବିକ୍ରି କରି ଠିକ୍ ସମୟରେ ଟଙ୍କା ପାଇ ପାରିବେ ବୋଲି କହିଥିଲେ ।

ଚାଷୀଙ୍କ ପ୍ରତି କୌଣସି ପ୍ରକାର ଅସୁବିଧା ଯେମିତି ନ ହେବ ସେଥିପ୍ରତି ଜିଲ୍ଲା ପ୍ରଶାସନ ସଜାଗ ଅଛି ବୋଲି କହିଛନ୍ତି ଜିଲ୍ଲାପାଳ । ଅପରପକ୍ଷରେ ଚାଷୀ ମାନଙ୍କ ବିଭିନ୍ନ ଅଭିଯୋଗ ମଧ୍ୟରେ କିଛି ଚାଷୀଙ୍କ ଧାନ ଅମଳ ପରିମାଣ ହିସାବରେ କମ୍ ଟୋକନ ଆସିଛି, କିଛି ଚାଷୀଙ୍କ ଟୋକନ ଆସି ନାହିଁ । ଏନେଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଚାଷୀଙ୍କ ସମସ୍ୟାର ସମାଧାନ ନ କଲେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀ ମାନେ କହିଛନ୍ତି ।

Comments are closed.