ନୂଆଦିଲ୍ଲୀ:ICMR (ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ର ଏକ ରିପୋର୍ଟରେ ରେବିଜ୍ ବିଷୟରେ ଏକ ଚକିତ କଲା ଭଳି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଭାରତରେ ପ୍ରାୟ ୫୭୦୦ ଲୋକ ରେବିଜ୍ ଯୋଗୁଁ ପ୍ରାଣ ହରାନ୍ତି। ତେଣୁ, ସରକାର ୨୦୩୦ ସୁଦ୍ଧା ‘ଶୂନ୍ୟ ମୃତ୍ୟୁ’ ଲକ୍ଷ୍ୟ ରଖିଛନ୍ତି।
ରେବିଜ୍ ଏକ ଭୂତାଣୁଜନିତ ରୋଗ, ଯାହା ସାଧାରଣତଃ ସଂକ୍ରମିତ ପଶୁମାନଙ୍କ କାମୁଡ଼ା ଦ୍ୱାରା ବ୍ୟାପିଥାଏ, ବିଶେଷକରି କୁକୁରମାନଙ୍କ କାମୁଡ଼ା ଦ୍ୱାରା। ଏହି ଭାଇରସ ମସ୍ତିଷ୍କକୁ ଆକ୍ରମଣ କରେ ଏବଂ ଲକ୍ଷଣ ଦେଖାଯିବା ପରେ, ଏହି ରୋଗ ପ୍ରାୟ ୧୦୦% ଘାତକ।
ଏହି ପରିପ୍ରେକ୍ଷୀରେ, ଚେନ୍ନାଇର ଡାକ୍ତର ମନୋଜ ମୁରହେକର କହିଛନ୍ତି ଯେ, ରେବିଜ୍ ଏକ ରୋଗ ଯାହାକୁ ସମୟ ମଧ୍ୟରେ ଚିହ୍ନଟ କରାଯାଇପାରିଲେ ଏବଂ ସଠିକ୍ ଟୀକାକରଣ କରାଯାଇପାରିଲେ ଏହାକୁ ୧୦୦% ରୋକାଯାଇପାରିବ। କିନ୍ତୁ ସଚେତନତାର ଅଭାବ ଏବଂ ବିଳମ୍ବରେ ଚିକିତ୍ସା ସୁବିଧା ପାଇବା ଯୋଗୁଁ ଏହା ଘାତକ ପ୍ରମାଣିତ ହୁଏ।
ICMR-National Institute of Epidemiology ର ଅଧ୍ୟୟନ ସ୍ପଷ୍ଟ ଭାବରେ ପ୍ରକାଶ କରିଛି ଯେ ଅଧିକାଂଶ କ୍ଷେତ୍ରରେ ଲୋକମାନେ ଜାଣନ୍ତି ନାହିଁ ଯେ ରେବିଜ୍ କ’ଣ କିମ୍ବା କୁକୁର କାମୁଡ଼ିବା ପରେ କ’ଣ କରିବେ। ରିପୋର୍ଟ ଦର୍ଶାଉଛି ଯେ ୫୦% ରୁ ଅଧିକ ଲୋକ ପ୍ରାଥମିକ ଚିକିତ୍ସା ନିଅନ୍ତି ନାହିଁ ଏବଂ ବହୁ ସଂଖ୍ୟକ ଲୋକଙ୍କୁ ଆଣ୍ଟି-ରେବିଜ୍ ଇଞ୍ଜେକ୍ସନ ନିଅନ୍ତିନାହିଁ । ଯାହା ପରେ ମୃତ୍ୟୁର କାରଣ ପାଲଟେ ।
ଭାରତ ସରକାର, WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ସହିତ ମିଳିତ ଭାବରେ, ୨୦୩୦ ସୁଦ୍ଧା ରେବିଜ୍ ଯୋଗୁଁ ଗୋଟିଏ ବି ମୃତ୍ୟୁ ନହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ସ୍ଥାନୀୟ ପ୍ରଶାସନ, ପଶୁପାଳନ ବିଭାଗ ଏବଂ ଅନେକ ଏନଜିଓ ମିଳିତ ଭାବରେ ସଚେତନତା ଅଭିଯାନ କରୁଛନ୍ତି ।
ସ୍କୁଲ, ପଞ୍ଚାୟତ ଏବଂ ଗ୍ରାମାଞ୍ଚଳରେ ରେବିଜ୍ ବିଷୟରେ ସୂଚନା ପ୍ରଦାନ କରିବା ଏବଂ ପୋଷା କୁକୁର ଏବଂ ରାସ୍ତାକଡ଼ର କୁକୁରମାନଙ୍କୁ ଟୀକାକରଣ କରିବା ଏହି ଅଭିଯାନର ଗୁରୁତ୍ୱପୂର୍ଣ୍ଣ ଅଂଶ।
୨୦୩୦ ସୁଦ୍ଧା ‘ଶୂନ୍ୟ ମୃତ୍ୟୁ’ ଲକ୍ଷ୍ୟ – ଏହା କ’ଣ ସମ୍ଭବ?
-ଭାରତ ସରକାର ଡବ୍ଲୁଏଚ୍ଓ ସହଯୋଗରେ ୨୦୩୦ ସୁଦ୍ଧା ଦେଶକୁ ରେବିଜ୍ ମୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
-ମାଗଣା ରେବିଜ ପ୍ରତିରୋଧୀ ଟୀକା (ARV)ପ୍ରଦାନ
-କୁକୁରଙ୍କ ପାଇଁ ବନ୍ଧ୍ୟାକରଣ ଏବଂ ଟୀକାକରଣ କାର୍ଯ୍ୟକ୍ରମ
-ସାଧାରଣ ଲୋକଙ୍କ ମଧ୍ୟରେ, ବିଶେଷକରି ଗ୍ରାମାଞ୍ଚଳରେ ସଚେତନତା ଅଭିଯାନ
-ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା
Comments are closed.