Latest Odisha News

BREAKING NEWS

ସ୍ୱାତୀ ମାଲିୱାଲ୍‌ଙ୍କ ସହ ଘଟିଥିବା ଘଟଣାକୁ ବିଜେପି ମିଛ ବୋଲି କହିବା ପରେ କଡ଼ା ସମାଲୋଚନା କଲେ ସ୍ୱାତୀ

 

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ସ୍ୱାତୀ ମାଲିୱାଲଙ୍କୁ କାର୍‌ରେ ଏକ ମଦୁଆ ଡ୍ରାଇଭର ୧୦-୧୫ ମିଟର ଘୋଷାରି ନେବା ଘଟଣାକୁ ବିଜେପି ନେତା ମିଛ ବୋଲି କହିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ୱାତୀ। ସେ ବିଜେପିକୁ କଡ଼ା ସମାଲୋଚନା କରିବା ସହିତ ବିଜେପି ମିଛ ଓ ଖରାପ କଥା କହୁଛି ବୋଲି ସ୍ୱାତୀ ଅଭିଯୋଗ କରିଛନ୍ତି।

ଏନେଇ ସେ ଟ୍ୱିଟ୍‌ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି “ ଯେଉଁମାନଙ୍କୁ ଲାଗୁଛି ଯେ ମୋ ବିରୋଧରେ ମିଛ ଓ ଖରାପ ପ୍ରଚାର କରି ମୋତେ ଡରାଇ ଦେବେ। ସେମାନେ ଶୁଣି ରଖନ୍ତୁ ମୁଁ ମୁଣ୍ଡରେ ମୃତ୍ୟୁର ଚାଦର ଘୋଡ଼େଇ ନିଜର ଏଇ ଛୋଟ ଜୀବନରେ ଅନେକ ବଡ଼ କାମ କରିଛି। ମୋ ଉପରେ ଅନେକ ଆକ୍ରମଣ ହୋଇଛି କିନ୍ତୁ ମୁଁ ଅଟକି ଯାଇନି। ସବୁ ଅତ୍ୟାଚାରରେ ମୋ ଭିତରେ ଥିବା ନିଆଁ ଆହୁରି ଜଳିଛି। ମୋ ସ୍ୱରକୁ କେହି ଚପାଇ ପାରିବେ ନାହିଁ। ଯେପର୍ଯ୍ୟନ୍ତ ବଞ୍ଚିଛି ସେପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି।”

ଗୁରୁବାର ଭୋର୍‌ ୩ଟା ସମୟରେ ସ୍ୱାତୀ ମାଲିୱାଲ୍‌ଙ୍କ ସହ ଏଭଳି ଦୁର୍ଘଟଣା ଘଟିଥିଲା। ଏନେଇ ଖବର ପ୍ରକାଶ ପାଇବା ପରେ ବିଜେପି ସ୍ୱାତୀଙ୍କୁ ଟାର୍ଗେଟ୍ କରିଥିଲା। ସ୍ୱାତୀଙ୍କ ଷ୍ଟିଙ୍ଗ ଅପରେସନ ଉପରେ ବିଜେପି ପ୍ରଶ୍ନ ଉଠାଇଥିଲା। ଦିଲ୍ଲୀ ପୁଲିସକୁ ଖରାପ ଦେଖାଇବା ପାଇଁ ଏଙା ସ୍ୱାତୀଙ୍କର ଏକ ଷଡ଼ଯନ୍ତ୍ର ଥିଲା ବୋଲି ବିଜେପି କହିଛି। ଦିଲ୍ଲୀ ବିଜେପି ନେତା ବିରେନ୍ଦ୍ର ସଚଦେବା କହିଛନ୍ତି ଯେ କ୍ୟାବ୍ ଡ୍ରାଇଭର ହେଉଛନ୍ତି ସାଉଥ ସଂଗ ବିହାରର ଜଣେ ଜଣାଶୁଣା ଆପ୍‌ କାର୍ଯ୍ୟକର୍ତ୍ତା।

ଏହି ମାମଲାରେ ପରେ ୪୭ ବର୍ଷୀୟ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଡ୍ରାଇଭର ନାଁ ହର୍ଷ ଚନ୍ଦ୍ର। ସ୍ୱାତୀ ତାଙ୍କ କାର୍‌ରେ ଯାତ୍ରା କରିବାକୁ କହୁଥିବା ବେଳେ ହର୍ଷ ହଠାତ୍‌ କାର୍‌ର କାଚ ଉପରକୁ ଉଠାଇ ଦେଇଥିଲେ ବୋଲି ପୁଲିସର ସୂଚନା ଅନୁସା ଦେଇଛି। ଡ୍ରାଇଭର ଜଣକ କିଛି ବାଟ ଯିବା ପରେ ହଠାତ୍ ପଛକୁ ଫେରିଥିଲା। ଏହାପରେ ସେ ସ୍ୱାତୀଙ୍କୁ କାର୍ ଭିତରେ ବସିବାକୁ ଜବରଦସ୍ତି କଲା ବେଳେ ସ୍ୱାତୀ ଡ୍ରାଇଭରକୁ ଧରିବାକୁ କାର୍ ପାଖକୁ ଯାଇଥିଲେ। ଏହି ସମୟରେ ସେ କାର୍ କାଚ ଉପରକୁ ଉଠାଇ ଦେବାରୁ ସ୍ୱୀତୀଙ୍କ ହାତ ଫଶି ରହିଯାଇଥିଲା।

Leave A Reply

Your email address will not be published.