ଭୁବନେଶ୍ୱର : ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ହୋଇଛନ୍ତି ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା । ବିଶ୍ୱବିଦ୍ୟାଲୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି ।
ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ ର ଧାରା ୬ର ଉପ ଧାରା (୭) ର କ୍ଷମତା ପ୍ରୟୋଗ କରି ଓଡିଶା ରାଜ୍ୟପାଳ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ୨୯ ବର୍ଷର ଅଧ୍ୟାପନା ଅଭିଜ୍ଞତା ଥିବା ପ୍ରଫେସର ପଣ୍ଡା ବରୋଦା ସ୍ଥିତ ମହାରାଜା ସାୟାଜୀରାଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକରୁଛନ୍ତି ।
Comments are closed.