Latest Odisha News

BREAKING NEWS

ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ

ମୁମ୍ବାଇ: ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼଼ିଛି । ସୂଚନା ଅନୁସାରେ, ପାଲଘର ନିକଟରେ ସଡ଼କ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ରୋଡ୍ ଡିଭାଇଡରରେ ତାଙ୍କ ଗାଡ଼ି ପିଟି ହେବା ଫଳରେ ଦୁର୍ଘଟଣା ଘଟି ୫୪ ବର୍ଷୀୟ ସାଇରସ ମିସ୍ତ୍ରୀ ପ୍ରାଣ ହାରିଛନ୍ତି ।

୧୯୬୮ ଜୁଲାଇ ୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସାଇରସ ମିସ୍ତ୍ରୀ । ୨୦୧୨ରୁ ୨୦୧୬ ମସିହା ଯାଏ ସାଇରସ ମିସ୍ତ୍ରୀ ଟାଟା ଗ୍ରୁପର ଅଧ୍ୟକ୍ଷ ଥିଲେ । ଦୁର୍ଘଟଣା ନେଇ ପାଲଘର ପୋଲିସ ସୂଚନା ଦେଇଥିବା ବେଳେ କାରରେ ୪ ଜଣ ଥିଲେ । ଘଟଣାସ୍ଥଳରେ ସାଇରସ ମିସ୍ତ୍ରୀଙ୍କ ସହ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ଆହତ ଅନ୍ୟ ୨ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସାଇରସ ମିସ୍ତ୍ରୀ କିଏ ?

ଆୟର୍ଲାଣ୍ଡରେ ଜନ୍ମ ଗ୍ରହଣ କରିଥିବା ସାଇରସ ମିସ୍ତ୍ରୀ ଲଣ୍ଡନରେ ପାଠ ପଢ଼ିଥିଲେ । ସେ ପଲୋନଜି ଶାପୁରଜୀଙ୍କ ସାନ ପୁଅ । ତାଙ୍କ ପରିବାର ଆୟର୍ଲାଣ୍ଡର ସବୁଠୁ ଧନୀ ଭାରତୀୟ ପରିବାର ମଧ୍ୟରୁ ଅନ୍ୟତମ । ଟାଟା ସନ୍ସ ବୋର୍ଡରେ ୨୦୦୬ ମସିହାରେ ସାମିଲ୍ ହୋଇଥିଲେ ସାଇରସ ମିସ୍ତ୍ରୀ ।

Leave A Reply

Your email address will not be published.