Latest Odisha News

କଏଦୀ ମାନଙ୍କର ମାନସିକ ସ୍ୟାସ୍ଥ୍ୟ ସେବା : କେନ୍ଦ୍ର ଓ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : ଜେଲରେ ଥିବା କଏଦୀ ମାନଙ୍କର ମାନସିକ ସ୍ୟାସ୍ଥ୍ୟ ସେବା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ  । ଏନେଇ ସୁପ୍ରିମକୋର୍ଟରେ ଏକ PIL ଦାଖଲ ହୋଇଛି  । ଜଷ୍ଟିସ ଏସ ଅବଦୁଲ ନଜିର ଏବଂ ଭି ରାମସୁବ୍ରମଣ୍ୟମଙ୍କ ଖଣ୍ଡପୀଠ ଏନେଇ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ଜବାବ ମାଗିଛନ୍ତି।

କୁଶ୍‌ କଲ୍‌ରା ନାମକ ‌ଜଣେ ବ୍ୟକ୍ତି ଏହି PIL ଦାଖଲ କରିଥିଲେ। ଦେଶରେ ବିଭିନ୍ନ ରାଜ୍ୟର ମୋଟ୍‌ ୫୬ଟି ଜେଲ୍‌ରୁ ଆର୍‌ଟିଆଇ୍‌ ଦ୍ବାରା ସେ ଖବର ପାଇଥିଲେ ଯେ ଅଧିକାଂଶ ଜେଲ୍‌ରେ ମାନସିକ ସ୍ବାସ୍ଥ୍ୟସେବା ପାଇଁ ଭିତ୍ତିଭୂମି ନାହିଁ। ଆବେଦନକାରୀ କହିଛନ୍ତି ଯେ, ଭାରତର ଅଧିକାଂଶ ଜେଲରେ ମାନସିକ ସ୍ୱାସ୍ଥ୍ୟ ଅଧିନିୟମ, ୨୦୧୭ ର ଧାରା ୧୦୩ (୬) ଅନୁଯାୟୀ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ରହିବା ଉଚିତ  । ମାନସିକ ସ୍ବାସ୍ଥ୍ୟସେବା ପାଇଁ ଭିତ୍ତିଭୂମି ବ୍ୟବସ୍ଥା ନଥିବାରୁ ଜେଲଗୁଡିକ ଏହି ଆଇନର ଧାରାକୁ ଉଲ୍ଲଂଘନ କରୁଛନ୍ତି । ମାନସିକ ସ୍ୟାସ୍ଥ୍ୟର ବ୍ୟବସ୍ଥା ବିଷୟରେ ଜେଲ କର୍ମଚାରୀ ଏବଂ ପୋଲିସକୁ ତାଲିମ ତଥା ସଚେତନତା ପ୍ରଦାନ ପାଇଁ ଆବେଦନକାରୀ ନିବେଦନ କରିଛନ୍ତି । ମାନସିକ ରୋଗ କଏଦୀମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବୃତ୍ତି ସୃଷ୍ଟି କରେ ଏବଂ ମାନସିକ ସ୍ତରରେ ଜେଲ କର୍ମଚାରୀଙ୍କ ମଧ୍ୟରେ ସମ୍ବେଦନଶୀଳତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ଆବେଦନକାରୀ କହିଛନ୍ତି  ।

ଏହି PIL ଦାଖଲ ପରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ଜବାବ ମାଗିବା ସହ  କାରାଗାରରେ ପ୍ରବେଶ ସମୟରେ କଏଦୀଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟରେ ଗିରଫ ବ୍ୟକ୍ତିଙ୍କ ମାନସିକ ସ୍ୟାସ୍ଥ୍ୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 

 

Leave A Reply

Your email address will not be published.