Latest Odisha News

BREAKING NEWS

ବାହାରିଲା କଂଗ୍ରେସର ପୁରୁଣା ରୋଗ,ଫଳ ଆସିନି କିନ୍ତୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲଢେଇ ଆରମ୍ଭ !

ଭୁବନେଶ୍ୱର: ଛତିଶଗଡ଼ରେ କଂଗ୍ରେସ ଦ୍ଵିତୀୟଥର ସରକାର ଗଢ଼ିବା ନେଇ ଆକଳନ କରାଯାଉଥିବା ବେଳେ ବିଜେପି ମଧ୍ୟ ସରକାର ଗଢିବାକୁ ଆଶା ରଖିଛି।

ଏସବୁ ଭିତରେ କିନ୍ତୁ କଂଗ୍ରେସ ସରକାର ରିପିଟ କରିବା ସମ୍ଭାବନା ଅଧିକ ରହିଛି। ରାତି ପାହିଲେ ଏ ନେଇ ସ୍ପଷ୍ଟ ହୋଇଯିବ। କିନ୍ତୁ ଏ ଭିତରେ ଛତିଶଗଡରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପଦକୁ ନେଇ ପୁଣିଥରେ ଲଢେଇ ଆରମ୍ଭ ହୋଇଛି।

ଦଳ ପାଇଁ ଏହା ନୂଆ କଥା ନୁହେଁ। ଗତ ନିର୍ବାଚନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭୁପେଶ ବଘେଲ ଓ ଟି ଏସ ସିଂଦେଓଙ୍କ ମଧ୍ୟରେ ଲଢେ଼ଇ ଦେଖିବାକୁ ମିଳିଥିଲା। ଏହି କଳି ଶେଷ ଯାଏ ମଧ୍ୟ ଥମି ନ ଥିଲା।

ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଭୟଙ୍କ ମଧ୍ୟରେ ଅଢେଇ ବର୍ଷର ଫର୍ମୁଲା ହୋଇଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ଶେଷ ଯାଏ ସେମିତି କିଛି ହୋଇ ନ ଥିଲା। କିନ୍ତୁ ନିର୍ବାଚନର କିଛି ମାସ ପୂର୍ବରୁ ଟି ଏସ ସିଂଦେଓଙ୍କୁ ଦଳ ଉପମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲା।

ଏବେ ଫଳାଫଳ ଆସି ନ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ପୁଣିଥରେ ମତ ମନ୍ତବ୍ୟ ଆରମ୍ଭ ହେଲାଣି। ମୁଖ୍ୟମନ୍ତ୍ରୀ ପଦ ପ୍ରସଙ୍ଗକୁ ନେଇ ଉପମୁଖ୍ୟମନ୍ତ୍ରୀ ଟି ଏସ ସିଂଦେଓ କହିଛନ୍ତି କି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି କି ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାକୁ ହିଁ ସମସ୍ତେ ମାନିବେ।

ପୂର୍ବ ପାଞ୍ଚ ବର୍ଷରେ ଅଢେଇ ବର୍ଷର ଫର୍ମୁଲାକୁ ନେଇ ତାଙ୍କ ଅନୁଭବ ଭଲ ନ ଥିବା ସେ କହିଛନ୍ତି। ତେଣୁ କୌଣସି ପ୍ରକାରର ଚର୍ଚ୍ଚା କିମ୍ବା ଆକଳନ ସେ ଚାହାନ୍ତି ନାହିଁ ବୋଲି କହିଛନ୍ତି ସିଂଦେଓ। ଯାହାଦ୍ୱାରା ସମ୍ପର୍କ ଖରାପ ହେବ ବୋଲି କୁହାଯାଇଛି।

ତେଣୁ ଏ ପ୍ରସଙ୍ଗକୁ ଦଳର ଶୀର୍ଷ ନେତୃତ୍ୱଙ୍କ ଉପରେ ଛଡ଼ାଯାଇଛି ବୋଲି ସେ କହିଛନ୍ତି। ସେହିପରି ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗେହଲୋଟ ପାଇଲଟ ଲଢେଇ ବିଷୟରେ ସମସ୍ତେ ଜାଣନ୍ତି।

ତେଣୁ ଜୋରଦାର ଲଢେଇ ମଧ୍ୟରେ ଯଦି କଂଗ୍ରେସ ସରକାର ରାଜସ୍ଥାନରେ ରିପିଟ କରେ ତାହେଲେ ଏହି ପଦ ପାଇଁ ଲଢେଇ ଆହୁରି ତୀଵ୍ର ହେବ ବୋଲି ଆକଳନ କରାଯାଉଛି।

ତେଣୁ ଫଳାଫଳ ଆସିବା ପରେ ଏସବୁ ପ୍ରସଙ୍ଗକୁ କଂଗ୍ରେସ ନେତୃତ୍ୱ କିଭଳି ହ୍ୟାଣ୍ଡେଲ କରୁଛନ୍ତି ତା ଉପରେ ନଜର।

Comments are closed.