Latest Odisha News

BREAKING NEWS

ଲକଡାଉନ ଯୋଗୁ ଲିଚୁ ବ୍ୟବସାୟରେ ୫୦୦ କୋଟି ଟଙ୍କାର କ୍ଷତି ଆଶଙ୍କା

ମୁଜାଫରନଗର: କରୋନା ଭାଇରସ ଯୋଗୁ ସାରା ଦେଶରେ ଲକଡାଉନ ଲଗାଯାଇଛି । ଏହା ଦ୍ୱାରା ଅନେକ ବ୍ୟବସାୟିକ କ୍ଷତି ଘଟୁଛି । ବିହାରରେ ଲକଡାଉନ ଯୋଗୁ ଲିଚୁ ବ୍ୟାପାରରେ ୫୦୦ କୋଟି ଟଙ୍କା କ୍ଷତି ହେବ ବୋଲି ଆଶଙ୍କା କରାଯାଉଛି । ଓଡିଶା, ପଶ୍ଚିମବଙ୍ଗଳା, ମହାରାଷ୍ଟ୍ର, କେରଳ, ବିହାର, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ ଓ ଉତରାଖଣ୍ଡରେ ଅଧିକ ଉତ୍ପାଦନ ହୋଇଥାଏ ।

୧୦୦୦ କୋଟି ବ୍ୟବସାୟରୁ ୭୦୦ କୋଟି କେବଳ ବିହାରରେ ହୋଇଥାଏ । ଏଥିରୁ ବିଭିନ୍ନ ନାମୀ ଦାମୀ କମ୍ପାନୀ ମୃଦୁ ପାନୀୟ ପ୍ରସ୍ତୁତ କରିଥାନ୍ତି । ଏହାର ଚାହିଦା ମଧ୍ୟ ବଜାରରେ ଜୋର ରହିଥାଏ । ବର୍ତମାନ ଲିଚୁ କୋଳି ନେବାକୁ କମ୍ପାନୀମାନେ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଯେଉଁମାନେ ପୂର୍ବରୁ ଚୁକ୍ତି କରିଥିଲେ ସେମାନେ ବାଧ୍ୟ ହୋଇ ଏହାକୁ ନେଇ ଶସ୍ତା ଦରରେ ବିକ୍ରି କରୁଛନ୍ତି ।

Leave A Reply

Your email address will not be published.