Latest Odisha News

BREAKING NEWS

ଆତଙ୍କବାଦୀ ତାଲିକାରୁ ପାକିସ୍ତାନ ବାଦ୍ ଦେଲା ୧୮୦୦ ନାମ

ଇସଲାମବାଦ: ପାକିସ୍ତାନ ୧୮ ମାସ ମଧ୍ୟରେ ଆତଙ୍କବାଦୀ ତାଲିକାରୁ ୧୮୦୦ ନାମ ହଟାଇଦେଇଛି । ଏଥିରେ ଲଶ୍ମର ତୋଇବା କମାଣ୍ଡର ଜକି ଉର ରହେମାନଙ୍କ ପରି ଆତଙ୍କବାଦୀଙ୍କ ନାମ ରହିଛି । ନ୍ୟୁୟର୍କର ରେଗୁଲେଟାରୀ ଟେକ୍ନୋଲୋଜି କମ୍ପାନୀ କଷ୍ଟେଲମ ଏଆଇ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି ।

୨୦୧୬ରେ ପାକିସ୍ତାନ ଟେରର ୱାଚ ଲିଷ୍ଟରେ ୭୬୦୦ ଆତଙ୍କବାଦୀ ଥିଲେ । ଏବେ ଏହା ୩୮୦୦ ରହିଛି । ତେବେ କେଉଁ କାରଣ ନେଇ ନାମ ହଟାଗଲା ତାହା ପାକିସ୍ତାନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ୟୁଏନ ଓ ଆମେରିକା ଦ୍ୱାରା ଜାରି କରାଯାଇଥିବା କେତେକ ଆତଙ୍କବାଦୀଙ୍କ ନାମ ମଧ୍ୟ କଟାଯାଇଛି ।

Leave A Reply

Your email address will not be published.