Latest Odisha News

BREAKING NEWS

ସଲମାନଙ୍କ ରାଧେ:ୟୋର ମୋଷ୍ଟ ୱାଂଟେଡ ଭାଇକୁ ଆଇଏମଡିବିର ଖରାପ ରେଟିଂ

ମୁମ୍ବାଇ: ସଲମାନ ଖାଁଙ୍କ ବହୁ ପ୍ରତୀକ୍ଷିତ ରାଧେ:ୟୋର ମୋଷ୍ଟ ୱାଂଟେଡ ଭାଇ ଫିଲ୍ମକୁ କ୍ରିଟିକ୍ସ ମାନେ ପସନ୍ଦ କରି ନାହାନ୍ତି । ଏପରି କି ସଲମାନଙ୍କ କ୍ୟାରିୟରର ଏହା ଏକ ଖରାପ ଫିଲ୍ମ ଶ୍ରେଣୀରେ ରହିବ ବୋଲି ସେମାନେ କହିଛନ୍ତି । ଆଇଏମଡିବି ଏହି ଫିଲ୍ମକୁ ମାତ୍ର ୨.୪ ରେଟିଂ ପଂଏଟ ଦେଇଛି । ଯାହା କି ଅତ୍ୟନ୍ତ ନୈରାଶ୍ୟଜନକ । ସଲମାନଙ୍କ ରେସ ୩ ସବୁଠାରୁ ଖରାପ ୧.୯ ରେଟିଂ ପାଇଥିଲା । ଜି୫ରେ ଏହି ଫିଲ୍ମ ରିଲିଜ ହୋଇଛି । ଉତ୍କଣ୍ଠାବଶତଃ ଫିଲ୍ମକୁ ପ୍ରଶଂସକମାନେ ଦେଖୁଥିଲେ ମଧ୍ୟ ସେତେଟା ପ୍ରଶଂସା କରିପାରି ନାହାନ୍ତି ।

ସୋସିଆଲ ସାଇଟରେ ଏହାକୁ ସମାଲୋଚନା କରି ବିଭିନ୍ନ ପ୍ରକାର ମଜାଦାର ମେମ୍ସ ଦେଖିବାକୁ ମିଳୁଛି । ଅପରପକ୍ଷରେ ୪.୨ ମିଲିୟନ ଦର୍ଶନ ଏହାକୁ ଦେଖିଥିବାରୁ ସଲମାନ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.