Latest Odisha News

BREAKING NEWS

ଆସନ୍ତୁ ଜାଣିବା ଗୋଆରେ ପୋଲିସ କାହିଁକି ଅଟକାଇଲା ଭାରତୀୟ ଓପନର ପୃଥ୍ୱୀ ଶ’ଙ୍କୁ

ପାଣାଜୀ: ଭାରତୀୟ କ୍ରିକେଟ ଦଳର ଓପନର ପୃଥ୍ୱୀ ଶ’ଙ୍କୁ ଶୁକ୍ରବାର ଗୋଆ ପୋଲିସ ଇ-ପାସ ନ ଥିବାରୁ ଅଟକାଇଥିଲା । ପୃଥ୍ୱୀ ସେଠାକୁ ଛୁଟି କଟାଇବାକୁ ଯାଉଛନ୍ତି । କରୋନା ମହାମାରୀ ଯୋଗୁ ଏଠାରେ ଲକଡାଉନ ଲାଗୁ କରାଯାଇଛି । ପୃଥ୍ୱୀଙ୍କ ନିକଟରେ କୌଣସି ପ୍ରକାରର ପାସ ନ ଥିବାରୁ ପୋଲିସ ପ୍ରାୟ ୧ ଘଂଟା ଧରି ତାଙ୍କୁ ଅଟକାଇଥିଲା । ଶେଷରେ ସେ ନିଜେ ମୋବାଇଲରେ ଇ-ପାସ ପ୍ରସ୍ତୁତ କରି ଦେଖାଇବାରୁ ପୋଲିସ ଛାଡି ଥିଲା । ଟେଷ୍ଟ ସିରିଜ ଫାଇନାଲ ପାଇଁ ସେ ଦଳରେ ସ୍ଥାନ ପାଇ ନ ଥିବାରୁ ଗୋଆ ପଳାଇ ଯାଇଥିଲେ ।

ସୂଚନାଯୋଗ୍ୟ, ପୃଥ୍ୱୀ ଆଇପିଏଲର ଚଳିତ ସିଜନରେ ୮ ମ୍ୟାଚରେ ୩୦୮ ରନ ସଂଗ୍ରହ କରିଥିଲେ । ଭାରତରେ ଏବେ କରୋନାର ଦ୍ୱିତୀୟ ଲହରୀ ତାଣ୍ଡବ ରଚୁଥିବାରୁ ବିଭିନ୍ନ ସ୍ଥାନରେ କଟକଣାକୁ କଡା କରାଯାଇଛି ।

Leave A Reply

Your email address will not be published.