ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ ରାଧିକା ଆପ୍ଟେ ମା’ ହୋଇଛନ୍ତି । ମା’ ହେବାର ଏକ ସପ୍ତାହ ପରେ ସେ ନିଜକୁ କ୍ଷୀର ଖୁଆଉଥିବା ସମୟର ଏକ ଫଟୋ ସେୟାର କରିଥିଲେ । ବର୍ତ୍ତମାନ ସେ ତାଙ୍କ ବେବି ବମ୍ପର କିଛି ଫଟୋ ସେୟାର କରିଛନ୍ତି । ସେ ‘ଭୋଗ୍ ମ୍ୟାଗେଜିନ’ ପାଇଁ ଏହି ଫଟୋସୁଟ୍ କରିଛନ୍ତି, ଯାହାର ଫଟୋ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ।
ରାଧିକା ଆପ୍ଟେ ଗର୍ଭାବସ୍ଥାରେ ଫଟୋ ପୋଷ୍ଟ କରିବା ଠାରୁ ଦୂରେଇ ରହିଥିବାର ଦେଖାଯାଇଥିଲା । ବର୍ତ୍ତମାନ ସେ ତାଙ୍କର ଚମତ୍କାର ଫଟୋସୁଟର ଝଲକ ଦେଖାଇଛନ୍ତି ଯାହା ଡେଲିଭରିର ଠିକ୍ ପୂର୍ବରୁ କରାଯାଇଥିଲା ।
ରାଧିକା କହିଛନ୍ତି ଯେ., ଗର୍ଭାବସ୍ଥାରେ ତାଙ୍କର ପରିବର୍ତ୍ତିତ ରୂପକୁ ଗ୍ରହଣ କରିବାକୁ ତାଙ୍କୁ ବହୁତ ସମୟ ଲାଗିଥିଲା । ସେ କହିଛନ୍ତି, ‘ମୁଁ ନିଜର ଏତେ ଓଜନ ବଢାଇବାର କେବେ ଦେଖି ନଥିଲି । ମୋ ଦେହ ଫୁଲି ଯାଇଥିଲା, ମୋ ପେଲଭିସ୍ ରେ କଷ୍ଟ ହଉଥିଲା, ଏବଂ ନିଦ୍ରାର ଅଭାବ ସବୁକିଛି ଉପରେ ମୋର ଦୃଷ୍ଟିକୋଣକୁ ଖରାପ କରିଦେଇଥିଲା । ବର୍ତ୍ତମାନ, ମା’ ହେବାର ଦୁଇ ସପ୍ତାହ ହୋଇ ନାହିଁ, ମୋ ଶରୀର ପୁଣି ଅଲଗା ଦେଖାଯିବାକୁ ଲାଗିଲାଣି ।
‘ଭୋଗ୍ ଇଣ୍ଡିଆ’ର ହ୍ୟାଣ୍ଡେଲରେ ବାହାରିଥିବା ଏହି ଫଟୋ ଗୁଡ଼ିକର କ୍ୟାପସନରେ ଲେଖା ଅଛି,’ କିଛି ବର୍ଷ ପୂର୍ବେ, ଖୁବ୍ କମ୍ ଲୋକ ଜାଣିଥିଲେ ଯେ ରାଧିକା ଆପ୍ଟେ ବିବାହିତା । ଅକ୍ଟୋବରରେ ବିଏଫଆଇ ଲଣ୍ଡନ ଫିଲ୍ମ ଫେଷ୍ଟିଭାଲ 2024 ସମୟରେ ସେ ତାଙ୍କ ଫିଲ୍ମ ସିଷ୍ଟର ମିଡନାଇଟ୍ ର ରେଡ୍ କାର୍ପେଟ ପ୍ରିମିୟରରେ ନିଜର ପ୍ରେଗନେନସି ବିଷୟରେ ଘୋଷଣା କରିଥିଲେ । ସେ କହିଥିଲେ- ମୁଁ ପରଦିନ ହିଁ ଲୋକଙ୍କୁ କହିବା ଆରମ୍ଭ କରିଥିଲି ।