Latest Odisha News

BREAKING NEWS

ଭିସା ପାଇଁ ବେନେଡିକ୍ଟ ଟେଲର୍‌ଙ୍କୁ ବିବାହ କରିଛନ୍ତି ରାଧିକା!

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍‌ତେ ବଲିଉଡ୍‌ ପରେ ଓଟିଟି ପ୍ଲାଟଫର୍ମରେ ନିଜର ପରିଚୟ ପ୍ରତିଷ୍ଠା କରିପାରିଛନ୍ତି। ନିକଟରେ ରାଧିକା ଆପ୍‌ତେ ତାଙ୍କ ବିବାହକୁ ନେଇ ମଜାଳିଆ କଥା ସର୍ବସାଧାରଣଙ୍କ ସମ୍ମୁଖରେ ରଖିଛନ୍ତି। ରାଧିକା ଆପ୍‌ତେ କହିଛନ୍ତି ଯେ ସେ ଲଣ୍ଡନର ସଂଗୀତଜ୍ଞ ବେନେଡିକ୍ଟ ଟେଲର୍‌ଙ୍କୁ ଭିସା ପାଇଁ ବିବାହ କରିଛନ୍ତି।
ନିକଟରେ ରାଧିକା ଏବଂ ମେସି ପରସ୍ପର ସହ ଅନେକ ପ୍ରସଙ୍ଗରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ, ମେସି ରାଧିକାଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ରାଧିକା ଅତି ମଜାଳିଆ ଢଙ୍ଗରେ ଦେଇଥିଲେ।

ରାଧିକା ଆପ୍‌ତେ ଲଣ୍ଡନର ସଂଗୀତଜ୍ଞ ବେନେଡିକ୍ଟ ଟେଲର୍‌ଙ୍କୁ ବିବାହ କରିଛନ୍ତି ଏବଂ ବିବାହ ପୂର୍ବରୁ ମଧ୍ୟ ଉଭୟ ବହୁତ ଦିନ ଧରି ଲଙ୍ଗ୍‌ ଡିସ୍‌ଣ୍ଟାସ୍‌ ରିଲେସନ୍‌ସିପ୍‌ରେ ଥିଲେ। ଏପରି ବାର୍ତ୍ତାଳାପରେ ମେସି ରାଧିକାଙ୍କୁ ପଚାରିଥିଲେ ତୁମେ କେବେ ବିବାହ କଲ? ଏହି ପ୍ରଶ୍ନର ଉତ୍ତର ଦେବାବେଳେ ରାଧିକା କହିଥିଲେ ଯେ ଯେତେବେଳେ ସେ ଅନୁଭବ କରିଥିଲେ ଯେ ବିବାହ କରି ବେଶ୍‌ ସହଜରେ ଭିସା ପାଇହେବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ବିବାହର ସମର୍ଥକ ନୁହଁନ୍ତି, କିନ୍ତୁ ଭିସା ଏକ ବହୁତ ବଡ଼ ସମସ୍ୟା ଏବଂ ଦୁହେଁ ଏକାଠି ରହିବାକୁ ଚାହୁଁଥିଲେ। ବର୍ତ୍ତମାନ ରାଧିକା ଲଣ୍ଡନରେ ଅଛନ୍ତି ଏବଂ ଚଳିତ ବର୍ଷ ସେ କୌଣସି କାମ କରିବେ ନାହିଁ ବୋଲି କହିଛନ୍ତି।

Comments are closed.