Latest Odisha News

BREAKING NEWS

ଚେନ୍ନାଇର IPL ପ୍ଲେ ଅଫ୍ ଆଶା ଧୂଳିସାତ ପରେ ସାକ୍ଷୀ ଧୋନୀଙ୍କ ଇମୋସନାଲ୍ ପୋଷ୍ଟ

ନୂଆଦିଲ୍ଲୀ: ଆଇପିଏଲ୍ ପ୍ଲେ ଅଫ ରେସରୁ ଚେନ୍ନାଇ ସୁପରକିଙ୍ଗସ ବାଦ ପଡ଼ିଲା ଲକ୍ଷ ଲକ୍ଷ ଫ୍ୟାନଙ୍କ ଦିଲ ଭାଙ୍ଗି ଯାଇଛି । କ୍ୟାପଟେନ୍ ଧୋନିଙ୍କ ପତ୍ନୀ ସାକ୍ଷୀ ଧୋନି ବି ଚେନ୍ନାଇର ପ୍ରଦର୍ଶନକୁ ନେଇ ଚିନ୍ତିତ । କାରଣ ଆଇପିଏଲ୍ ଇତିହାସରେ ଏମିତି କେବେ ହୋଇ ନଥିଲା । ଏହାପରେ ସୋସିଆଲ୍ ମିଡିଆରେ ଇମୋସନାଲ୍ ପୋଷ୍ଟ ସେୟାର କରିଛନ୍ତି ସାକ୍ଷୀ ।

ଖେଳାଳିଙ୍କ ମନୋବଳ ବଢ଼ାଇବା ପାଇଁ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ମେସେଜ୍‌ ପୋଷ୍ଟ କରିଛନ୍ତି ସାକ୍ଷୀ । ସେ ଲେଖିଛନ୍ତି, ‘ଏହା କେବଳ ଏକ ଖେଳ। ଖେଳରେ ହାର ଜିତ ଲାଗି ରହେ । ସବୁବେଳେ ଜିତିବା କହିହେବ ନାହିଁ । କେହି କେବେ ହାରିବାକୁ ଚାହାନ୍ତି ନାହିଁ । କିନ୍ତୁ ସମସ୍ତେ ସବୁବେଳେ ବି ବିଜୟୀ ହୁଅନ୍ତି ନାହିଁ ।

ଏହାସହ ସାକ୍ଷୀ ଲେଖିଛନ୍ତି, ଚେନ୍ନାଇ ସେତେବେଳେ ଚାମ୍ପିଅନ୍ ଥିଲା । ଏବେ ବି ରହିଛି । ପରାଜୟ ପାଇଁ ନ ଅଟକି ଆଗକୁ ବଢ଼ିବାକୁ ହେବ । ସୁପରକିଙ୍ଗସ ସବୁବେଳେ ଆମ ହୃଦୟ ଓ ମନରେ ରହିଛି ।

 

View this post on Instagram

 

?

A post shared by Sakshi Singh Dhoni (@sakshisingh_r) on

 

Leave A Reply

Your email address will not be published.