Latest Odisha News

BREAKING NEWS

ବଢୁଛି ରାଧିକା ମୃତ୍ୟୁ ରହସ୍ୟ, ପୋଲିସର ସାଂଘାତିକ ଖୁଲାସା !

ନୂଆଦିଲ୍ଲୀ:ଧୀରେ ଧୀରେ ବଢୁଛି ଟେନିସ୍‌ ଖେଳାଳି ରାଧିକା ଯାଦବଙ୍କ ହତ୍ୟା ରହସ୍ୟ । ବାପା ଦୀପକ ଯାଦବ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଝିଅର ଟେନିସ ଏକାଡେମୀକୁ ନେଇ ବାପା ଖୁସି ନଥିବା ପୋଲିସ ଆଗରେ କହିଥିବା ଜଣାପଡ଼ିଛି । ଅନ୍ୟପଟେ ହତ୍ୟାକାଣ୍ଡ ପଛରେ ପ୍ରେମବ୍ୟାପାର ଥିବା ନେଇ ସାମ୍ନାକୁ ଆସିଛି ଏକ ନୂଆ ଥିଓରୀ…ଯାହା ପୋଲିସ ତଦନ୍ତକୁ ଆହୁରି ରୋମାଞ୍ଚିତ କରିଛି । ଗିରଫ ରାଧିକାଙ୍କ ବାପା ଦୀପକଙ୍କୁ ଏକ ଦିନ ପାଇଁ ରିମାଣ୍ଡରେ ନେଇ ମାମଲାରେ ଅଧିକ ଖୋଳତାଡ କରୁଛି ପୋଲିସ ।

ରିଲ୍‌ସ ପାଲଟି ଯାଇଛି ରିୟଲ ଲାଇଫ୍‌ର ସବୁଠୁ ଭୟଙ୍କର କାହାଣୀ। ମୃତ୍ୟୁ ପରେ ଏହି ଚେହେରାର ବଢ଼ିଛି ରହସ୍ୟ। କାହିଁକି ଟେନିସ୍‌ ଖେଳାଳି ରାଧିକାଙ୍କୁ ହତ୍ୟା କଲେ ତାଙ୍କ ବାପା ? ଏହି ହତ୍ ୟାପଛରେ ଇନାମୁଲ ନାମକ ଜଣେ ଯୁବକଙ୍କ ସହ ପ୍ରେମସମ୍ପର୍କ କୁହାଯାଉଛି, କିନ୍ତୁ ରାଧିକାଙ୍କ ବାପା ଦୀପକ ଯାଦବ ଯାହା ସ୍ବୀକାର କରିଛନ୍ତି, ତାହା ମାମଲାର ମୋଡ଼ ବଦଳାଇ ଦେଇଛି। ଦୀପକ ଯାଦବ, ରାଧିକାଙ୍କୁ ହତ୍ୟା କରିଥିବା ନେଇ ସ୍ବୀକାର କରିଛନ୍ତି। ଦୀପକ ଯାଦବ ପୋଲିସ ସାମ୍ନାରେ ବୟାନ ଦେଇଛନ୍ତି ଯେ, ରାଧିକାଙ୍କ ଟେନିସ୍‌ ଏକାଡେମୀ ଚଳାଇବାକୁ ନେଇ ଏବଂ ତାଙ୍କର ବାହାରକୁ ଯିବା ନେଇ ନାଖୁସ୍‌ ଥିଲେ। ରାଧିକାଙ୍କ ବାପାଙ୍କ କହିବାନୁଯାୟୀ, ସମାଜର ଲୋକେ ତାଙ୍କୁ ତାନା ମାରୁଥିଲେ। ଏପରିକି ଝିଅର ରୋଜଗାରରେ ବାପା ଚଳୁଥିବା ନେଇ ପରିହାସ କରୁଥିଲେ। ହତ୍ୟା ପୂର୍ବରୁ ବାପା ଓ ଝିଅଙ୍କ ମଧ୍ୟରେ ଜୋର୍‌ଦାର କଥା କଟାକଟି ହୋଇଥିଲା। ଟେନିସ୍‌ ଏକାଡେମୀ ବନ୍ଦ କରିବା ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ଦୀପକ ଯାଦବ ଝିଅ ରାଧିକାଙ୍କୁ ଧଡ଼ାଧଡ଼ ୫ଟି ଗୁଳି ମାରିଥିଲେ। ୩ଟି ଗୁଳି ରାଧିକାଙ୍କ ଦେହରେ ବାଜିଥିଲା।ଏହାପରେ ଟଳି ପଡ଼ିଥିଲେ ରାଧିକା ।

ପୋଲିସ ଦୀପକ ଯାଦବଙ୍କୁ ଗିରଫ କରିଥିଲେ ବି ରାଧିକା ହତ୍ୟାକାଣ୍ଡକୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି। ଏହି ହତ୍ୟା ପଛରେ କେବଳ ଟେନିସ ଏକାଡେମୀ ଅଛି ନା ରହିଛି ଅନ୍ୟ କାରଣ ? ରାଧିକାଙ୍କ ଚରିତ୍ରକୁ ନେଇ ବି ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଥିଲା। ରାଧିକାଙ୍କ ଏକ ମ୍ୟୁଜିକ ଭିଡିଓକୁ ନେଇ ବି ଚର୍ଚ୍ଚା ହେଉଛି। ମ୍ୟୁଜିକ ଭିଡିଓରେ ଅଭିନୟ କରିଥିଲେ ରାଧିକା ଯାଦବ। ରାଧିକାଙ୍କ ଇନ୍‌ଷ୍ଟା ରିଲ୍‌ସକୁ ନେଇ ବି ଜୋରଦାର ଚର୍ଚ୍ଚା ହେଉଛି…ଗ୍ଲାମରସ ଲାଇଫ୍‌ ଷ୍ଟାଇଲ୍‌କୁ ପସନ୍ଦ କରୁ ନଥିଲେ କି ଦୀପକ ଯାଦବ ।

Comments are closed.