ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜରେ ପୁଣି ରାଗିଂ ଅଭିଯୋଗ ଆସିଛି ।କଲେଜର ୫ ସିନିଅର ଛାତ୍ରଙ୍କ ନାଁରେ ରାଗିଂ ଅଭିଯୋଗ ହୋଇଛି । ନାଁ ଗୋପନ ରଖି ଆଣ୍ଟି ରାଗିଂ ସେଲ୍ରେ ଅଭିଯୋଗ କରିଛନ୍ତି ଜଣେ ଛାତ୍ର । ଏହାକୁ ଭିତ୍ତି କରି ଶନିବାର ମେଡ଼ିକାଲ କଲେଜ୍ ପରିସରରେ ଏକ ଉଚ୍ଚସ୍ତରୀୟ ବୈକଠ ବସିଛି।
ଏହି ସୂଚୀରେ ହଷ୍ଟେଲ ନମ୍ୱର୍ ୨ ଓ ୩ ହଷ୍ଟେଲର ୫ ଜଣଙ୍କ ନାମରେ ଅଭିଯୋଗ କରିଥିବା ଚିଠି ଆସିଛି ।
ଏପଟେ ବାରମ୍ବାର ଏପରି ଆସୁଥିବା ବେନାମୀ ରାଗିଂ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ୍ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ବାରମ୍ବାର ଏଭଳି ଅଭିଯୋଗ ଦ୍ବାରା କଲେଜ ଓ ଛାତ୍ର ଛାତ୍ରୀ ମାନେ ମାନସିକ ଆଘାତ ପାଉଛନ୍ତି କହିଲେ ଛାତ୍ରଛାତ୍ରୀ ।
Comments are closed.