Latest Odisha News

BREAKING NEWS

ରେଭେନ୍ସାରେ ରାଗିଂ ଅଭିଯୋଗ;୧୦ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ

କଟକ: ରେଭେନ୍ସା ଇଷ୍ଟ ହଷ୍ଟେଲ୍‌ରେ ରାଗିଂ ଅଭିଯୋଗ ପରେ ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଣ୍ଟି ରାଗିଂ କମିଟି ପକ୍ଷରୁ ପଦକ୍ଷେପ ନିଆଯାଇଛି ।

ସୂଚନାଥାଉକି, ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ତୃତୀୟ ବର୍ଷ ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ୧୦ ଜଣ ହଷ୍ଟେଲ ଅନ୍ତେବାସୀ ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ। ଆଣ୍ଟି ଗ୍ୟାଙ୍ଗି ସେଲ୍‌ର ବୈଠକ ପରେ ନିଆଯାଇଛି ନିଷ୍ପତ୍ତି ।

ଯେଉଁ ମାନଙ୍କ ନାଁ ରେ ଅଭିଯୋଗ ଆସିଛି ସେମାନଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ୧୦ ଜଣ ଛାତ୍ର ହଷ୍ଟେଲ ଛାଡି ରେଭେନସା ଗେଷ୍ଟ ହାଉସ୍ ରେ ରହିଥିଲେ । ତେବେ ରାଗିଂ ଅଭିଯୋଗର ସତ୍ୟତା ତଦନ୍ତ କରାଯିବ ବୋଲି ଚିଫ ୱାଡେନ୍ ସୂଚନା ଦେଇଛନ୍ତି।

Comments are closed.