କେନ୍ଦୁଝର: କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନୟରିଂ କଲେଜ ହଷ୍ଟେଲରେ ରାଗିଂ ଅଭିଯୋଗ। ହଷ୍ଟେଲରେ ପଶି ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ସିନିଅର ଛାତ୍ର ମାଡ଼ ମାରିଥିବା ଅଭିଯୋଗ। ୫ ଜଣ ସିନିଅର୍ ହଷ୍ଟେଲରେ ପଶି ମାଡ଼ ମାରିଥିବା ଅଭିଯୋଗ l ଆକ୍ରମଣରେ ଆହତ ଜୁନିଅର ଛାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନୟରିଂ କଲେଜ ହଷ୍ଟେଲରେ ୫ ଜଣ ସିନିଅର୍ ଛାତ୍ର ପଶି ହଷ୍ଟେଲ କବାଟ ଭଙ୍ଗା ରୁଜା କରିଥିଲେ l ଜଣେ ଜୁନିଅର ଛାତ୍ର ପ୍ରତିବାଦ କରିବାରୁ ତାଙ୍କୁ ଲୁହାରଡ଼ ଏବଂ ବାଡ଼ିରେ ପିଟିଥିଲେ ସିନିଅର୍ ଛାତ୍ର l ଗୁରୁତର ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଛାତ୍ର ଜଣଙ୍କ ପୂର୍ବରୁ ମଧ୍ୟ ରାଗିଂର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତ ଛାତ୍ରଙ୍କ ପରିବାର ଲୋକେ l କିନ୍ତୁ କଲେଜ କର୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଏପରି ପରିସ୍ଥିତି ପୁଣି ଥରେ ସୃଷ୍ଟି ହୋଇଥିବା କହିଛନ୍ତି ପରିବାର ଲୋକ ।
Comments are closed.