Latest Odisha News

BREAKING NEWS

ବ୍ରହ୍ମପୁର ଏମକେସିଜି ମେଡିକାଲରେ ର‍୍ୟାଗି°, ସିନିୟର ଛାତ୍ରଙ୍କ ମାଡ଼ରେ ଲହୁଲୁହାଣ ଜୁନିୟର ଛାତ୍ର

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପୁଣି ର‍୍ୟାଗିଂ ଅଭିଯୋଗ । ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରଙ୍କୁ ଦୁଇଜଣ ସିନିଅରଛାତ୍ର ମାଡ଼ ମାରିବା ସହ ର‍୍ୟାଗିଂ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପୀଡିତଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏପରିକି ଆଣ୍ଟି ର‍୍ୟାଗିଂ ସେଲକୁ ମଧ୍ୟ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ।

ଏହାସହ ଛାତ୍ରଙ୍କ ବାପା ‘ଏକ୍ସ’ ରେ ପୋଷ୍ଟ କରି ଏମକେସିଜି କର୍ତ୍ତୃପକ୍ଷ, ବ୍ରହ୍ମପୁର ଏସପି ଓ ଗଞ୍ଜାମ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏନେଇ ମେଡିକାଲ କଲେଜର ଆଭ୍ୟନ୍ତରୀଣ ଆଣ୍ଟି ରାଗିଂ ସେଲ ଏହି ମାମଲାର ତଦନ୍ତ କରିବ ବୋଲି ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ଏଥିସହ ଉଭୟ ଅଭିଯୋଗ ଆଣିଥିବା ଛାତ୍ର ଓ ସିନିୟର ଛାତ୍ରଙ୍କୁ ଡାକି ପଚରାଉଚରା କରାଯିବ ବୋଲି କୁହାଯାଇଛି । ସତ ସାମନାକୁ ଆସିଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଲେଜର ଅଧ୍ୟକ୍ଷ କହଛନ୍ତି ।

ଖବର ମୁତାବକ, ର‍୍ୟାଗିଂ ର ଶିକାର ହୋଇଥିବା ଛାତ୍ର ଜଣକ ହେଲେ ବାଲେଶ୍ୱର ଜିଲ୍ଲାର ସୁନାହାଟ ଅଞ୍ଚଳର ସୂର୍ଯ୍ୟ ରାଉତଙ୍କ ପୁଅ ରୁଦ୍ର ରାଉତ । ସେ ଏମକେସିଜି ମେଡିକାଲ କଲେଜରେ ଏମବିବିଏସ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର । ଗତ ଶୁକ୍ରବାର ରାତିରେ କୌଣସି କାରଣକୁ ନେଇ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ୪ର୍ଥ ବର୍ଷରେ ପଢୁଥିବା ଦୁଇ ଜଣ ସିନିୟର ରୁଦ୍ରଙ୍କୁ କ୍ୟାମ୍ପସ ଭିତରେ ଆକ୍ରମଣ କରିଥିଲେ । ଏଥିରେ ସମ୍ପୃକ୍ତ ଛାତ୍ରଙ୍କ ବେକ ଓ ଆଖିରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।

Leave A Reply

Your email address will not be published.