Latest Odisha News

BREAKING NEWS

ସମ୍ବଲପୁର କୁଚିଣ୍ଡାର ଘରୋଇ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡାସ୍ଥିତ ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଛାତ୍ରଙ୍କୁ ଉଲଗ୍ନ କରି ଚପଲରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

BjdElectrycity

ଶାସନ ଥାନା ଅନ୍ତର୍ଗତ ଶାସନଠାରେ ଥିବା ଏକ ଘରୋଇ ସ୍କୁଲ୍‌ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ସ୍କୁଲ୍‌ କର୍ତୃପକ୍ଷ ୮ ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ଛାତ୍ରମାନଙ୍କୁ ଛାତ୍ରାବାସରୁ ବିଦା କରିଦିଆଯାଇଛି। ମାଡ଼ ଖାଇଥିବା ଛାତ୍ରଙ୍କ ବାପାଙ୍କ ଅଭିଯୋଗ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ରବିବାର ରାତିରେ ୨ ଜଣ ଛାତ୍ର ତାଙ୍କ ପୁଅକୁ ଏକ କୋଠରିକୁ ଡାକି ନେଇ ମାଡ଼ ମାରିଥିବା ତାଙ୍କ ବାପା ପ୍ରଭାତ ବେହେରା ଅଭିଯୋଗ କରିଥିଲେ। ଏହି ସମୟରେ ଅନ୍ୟ ୬ ଜଣ ଛାତ୍ର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏ ବାବଦରେ ଛାତ୍ର ଜଣକ ୱାର୍ଡେନଙ୍କୁ ଜଣାଇଥିଲେ। ସେ ଏ ବାବଦରେ ମ୍ୟାନେଜମେଣ୍ଟ୍‌କୁ ଜଣାଇବେ ବୋଲି କହିଥିଲେ। ହେଲେ ଏହା ପରଦିନ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଛାତ୍ର ଜଣକ ମଙ୍ଗଳବାର ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ପକ୍ଷରୁ ସ୍କୁଲ୍‌କୁ ସୂଚନା ଦିଆଯାଇଥିଲା।

ସ୍କୁଲ୍‌ରେ ଏଭଳି ଘଟଣା ଘଟିଥିବା ବେଳେ କର୍ତୃପକ୍ଷ ଜାଣି ନପାରିବା କିମ୍ବା ଜାଣି ବି କୌଣସି ପଦକ୍ଷେପ ନ ନେବା ନେଇ ଶ୍ରୀ ବେହେରା ସ୍କୁଲ୍‌ ପରିଚାଳନା ନିର୍ଦେଶକଙ୍କୁ ଜଣାଇଥିଲେ।

Leave A Reply

Your email address will not be published.