Latest Odisha News

‘ରାଜ୍ୟସଭା ନିର୍ବାଚନ ଲଢିବା ପାଇଁ ବୟସ ସୀମା ୨୧ ବର୍ଷ ହେବା ଉଚିତ୍’

ନୂଆଦିଲ୍ଲୀ: ରାଜ୍ୟସଭାରେ ନିର୍ବାଚନ ଲଢିବା ପାଇଁ ବୟସ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଲେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା । ଆଜି ରାଜ୍ୟସଭାରେ ସେ କହିଛନ୍ତି ଯେ, ଯେତେବେଳେ ୧୮ ବର୍ଷ ବୟସରେ ସରକାର ଚୟନ କରିବାର ଅଧିକାର ରହିଛି ତେବେ ୨୧ ବର୍ଷ ବୟସରେ କାହିଁକି ନିର୍ବାଚନ ଲଢିହେବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି ଭାରତ ଏକ ଯୁବ ଦେଶ ଏବଂ ବିଶ୍ୱର ବୃହତ୍ତମ ଗଣତନ୍ତ୍ର । ହେଲେ ସେହି ପରିମାଣର ଯୁବ ନେତା ଦେଶରେ ନାହାନ୍ତି । ଭୋଟ୍ ଦେବାର ବୟସ ୧୮ ବର୍ଷ ହୋଇଥିବାବେଳେ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୨୫ ବର୍ଷ ରୁ ଉର୍ଦ୍ଧ୍ବ ରହିଛି । ରାଜ୍ୟସଭାରେ ନିର୍ବାଚନ ଲଢିବା ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ହେବା ନେଇ ଚଡ୍ଡା ଦାବି କରିଛନ୍ତି ।

ଚଡ୍ଡା କହିଛନ୍ତି ଯେ, ପ୍ରଥମ ଲୋକସଭାରେ ନିର୍ବାଚିତ ହୋଇଥିବା ଲୋକମାନଙ୍କ ମଧ୍ୟରୁ ୨୬ ପ୍ରତିଶତ ୪୦ ବର୍ଷରୁ କମ୍ ହୋଇଥିବାବେଳେ ୧୭ ତମ ଲୋକସଭାରେ କେବଳ ୧୨ ପ୍ରତିଶତ ସାଂସଦ ୪୦ ବର୍ଷରୁ କମ୍ ଥିଲେ । ସେ କହିଛନ୍ତି ଭାରତ ଯେତିକି ଯେତିକି ଉନ୍ନତି ପଥରେ ଅଗ୍ରସର ହେଉଛି ସେତିକି ଆମର ନିର୍ବାଚିତ ପ୍ରତିନିଧୀମାନଙ୍କ ମଧ୍ୟ ଯୁବ ନେତା ବହୁତ କମ୍ ରହିଛନ୍ତି । ସେ ଆହୁରି କହିଛନ୍ତି ଯେ ଆମେ ଦେଶ ଏକ ଯୁବ ଦେଶ ହୋଇଥିବାରୁ ବହୁ ପରିମାଣରେ ଯୁବ ନେତା ରହିବା ଉଚିତ୍ ।

Comments are closed.