Latest Odisha News

BREAKING NEWS

ରାଘବ ପରିଣୀତିଙ୍କ ପାଦ ଛୁଉଁଥିବା ଫଟୋ ହେଲା ଭାଇରାଲ୍‌, ପ୍ରଶଂସକ କଲେ ଢେର ପ୍ରଶଂସା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ସାତ୍ ଫେରେ ନେଇସାରିଥିବା ବେଳେ ଏବେ ପତି-ପତ୍ନୀ ହୋଇଛନ୍ତି । ଜନ୍ମ ଜନ୍ମ ପାଇଁ ରାଘବଙ୍କ ଜୀବନସାଥୀ ପାଲଟିଛନ୍ତି ପରିଣୀତି । ସେମାନଙ୍କ ବିବାହ ପଞ୍ଜାବୀ ରୀତିନୀତି ଅନୁଯାୟୀ ଆୟୋଜିତ ହୋଇଥିଲା । ଏବେ ସେମାନଙ୍କ ବିବାହ ସମୟର ଭିନ୍ନ ଭିନ୍ନ ଫଟୋ ଭାଇରାଲ ହେବାରେ ଲାଗିଛି । ସେଥିମଧ୍ୟରୁ ଗୋଟିଏ ଫଟୋକୁ ପ୍ରଶଂସକ ପସନ୍ଦ କରିବା ସହ ଢେର୍ ପ୍ରଶଂସା କରିଛନ୍ତି । ରାଘବ ଓ ପରିଣୀତିଙ୍କ ଯୋଡ଼ିକୁ ସମସ୍ତେ ପସନ୍ଦ କରୁଛନ୍ତି । ବିବାହ ସମୟର ଏକ ଫଟୋରେ ରାଘବ ପରିଣୀତିଙ୍କ ପାଦ ଛୁଇଁଥିବାର ନଜର ଆସିଛନ୍ତି । ସେ ପଞ୍ଜାବୀ ରୀତିନୀତିର ଏକ କର୍ମ କରୁଥିବା ବେଳେ ଏହି ଫଟୋଟି ଉଠାଯାଇଛି । ଏହି ଫଟୋଟି ପ୍ରଶଂସକଙ୍କ ହୃଦୟକୁ ଛୁଇଁଛି ।

ବିବାହ ପରେ ଉଭୟ ରାଘବ ଓ ପରିଣୀତି ସୋସିଆଲ୍ ମିଡିଆରେ ଫଟୋ ସେୟାର କରି ନିଜ ମନର କଥା ଲେଖିଛନ୍ତି । ଏହି ଦିନକୁ ଦୀର୍ଘ ଦିନ ଧରି ଅପେକ୍ଷା ଥିଲା ବୋଲି କହିିଛନ୍ତି । ପ୍ରଥମ ଦେଖାରୁ ହିଁ ଏହି ସଂପର୍କ ଲମ୍ବା ସମୟ ଧରି ଚାଲିବ ବୋଲି ସେମାନଙ୍କର ବିଶ୍ୱାସ ଥିଲା ।

Comments are closed.