ମୁମ୍ବାଇ: ଦଙ୍ଗଲ, ଚିଲ୍ଲର ପାର୍ଟି ପରି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ନୀତେଶ ତିୱାରୀ ଏବେ ତାଙ୍କ କ୍ୟାରିୟରର ସବୁଠାରୁ ବଡ ଫିଲ୍ମ ପାଇଁ ପ୍ରସ୍ତୁତି କରୁଛନ୍ତି । ୪୦୦୦ କୋଟି ବିଜେଟରେ ନିର୍ମିତ ହେଉଥିବା ରାମାୟଣରେ ଏବେ ରାଘବ ଜୁୟାଲଙ୍କ ଏଂଟ୍ରି ହୋଇଛି । ରାମାୟଣକୁ ଦୁଇଟି ପାର୍ଟରେ ନିର୍ମାଣ କରାଯାଉଛି । ରଣବୀର କାପୁର ଶ୍ରୀରାମ ଏବଂ ସାଈ ପଲ୍ଲବୀ ମାତା ସାତୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ରିପୋର୍ଟ ମୁତାବକ ରାଘବ ମେଘନାଦଙ୍କ ଭୂମିକା କରିବେ । ତାଙ୍କ ଭୂମିକା ଦ୍ୱିତୀୟ ପାର୍ଟରେ ଆସିବ ।
ଏଥିପାଇଁ ପ୍ରଶଂସକମାନଙ୍କୁ ୨୦୨୭ ଦୀପାବଳୀ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ୨୦୨୬ରେ ପ୍ରଥମ ପାର୍ଟ ରିଲିଜ ହେବ । ରାମାୟଣରେ ସାଉଥର ସୁପରଷ୍ଟାର ଯଶ ରାବଣ ଭୂମିକାରେ ଅଭିନୟ କରିବେ । ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଏହା ସବୁଠାରୁ ବ୍ୟୟବହୂଳ ଫିଲ୍ମ ହେବାକୁ ଯାଉଛି । ବକ୍ସ ଅଫିସରେ ଏହା ସଫଳ ହେଉଛି କି ନାହିଁ ତାହା ସମୟ କହିବ ।