Latest Odisha News

BREAKING NEWS

ବିଧାୟକ ନିଖୋଜ, କାନ୍ଥବାଡ଼ରେ ଲାଗିଲା ପୋଷ୍ଟର

ରାଉରକେଲା: ବିଧାୟକ ନିଖୋଜ ନେଇ ଲାଗିଲା ପୋଷ୍ଟର । ରଘୁନାଥପାଲ୍ଲୀର ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ ନେଇ ପୋଷ୍ଟର ଲାଗିଛି । ରାଉରକେଲା ସେକ୍ଟର-୬ ହିଲଟପ୍ ଅଞ୍ଚଳରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି । ଯେଉଁଥିରେ ଲେଖାଅଛି, ବିଜେଡି ବିଧାୟକ ସୁବ୍ରତ ତରାଇ ନିଖୋଜ । ନିର୍ବାଚନ ପରଠୁ ନିଖୋଜ । ମୌଳିକ ସୁବିଧାରୁ ବଞ୍ଚିତ ବସ୍ତି ବାସିନ୍ଦା ।

ରାଉରକେଲା ସେକ୍ଟର-୬ ଅଞ୍ଚଳରେ ବିଭିନ୍ନ କାନ୍ଥବାଡ଼ରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି । ତେବେ କିଏ ଏହି ପୋଷ୍ଟର ମାରିଛନ୍ତି ସେନେଇ କୌଣସି ସୂଚନା ମିଳି ନାହିଁ । ଏହାକୁ ନେଇ ରାଉରକେଲା ସହରରେ ଚର୍ଚ୍ଚା । ଏନେଇ ବିଧାୟକ ସୁବ୍ରତ ତରାଇଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.