Latest Odisha News

BREAKING NEWS

ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସ୍ଥଗିତ

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସ୍ଥଗିତ । ଡିସେମ୍ୱର ମାସର ଗାଇଡଲାଇନ ଅନୁସାରେ ଧନୁଯାତ୍ରା ମହୋତ୍ସବକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ଗତକାଲି ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା କମିଟିର କାର୍ୟ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଡିସେମ୍ୱର ମାସର କୋଭିଡ୍ ଗାଇଡଲାଇନ ଅନୁସାରେ ଧନୁଯାତ୍ରା ଆୟୋଜନ ସମ୍ଭବ ନୁହେଁ ।

ବର୍ତ୍ତମାନ ପାଇଁ ଧନୁଯାତ୍ରା ଆୟୋଜନକୁ ସ୍ଥଗିତ ରଖାଯିବା ସହ ଜାନୁଆରୀ ଗାଇଡଲାଇନକୁ ଅପେକ୍ଷା କରାଯିବାକୁ କମିଟିରେ ନିଷ୍ପତ୍ତି ହୋଇଛି । ନୂଆ ଗାଇଡଲାଇନ ଅନୁସାରେ ଧନୁଯାତ୍ରା ମହୋତ୍ସବ ଆୟୋଜନ ସମ୍ଭବ ହେଲେ ଆଉ ଥରେ ବୈଠକ ବସି ଆଲୋଚନା କରାଯିବ ବୋଲି ଧନୁଯାତ୍ରା କମିଟିର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ କହିଛନ୍ତି ।

୧୧ ଦିନ ଧରି ଚାଲେ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ବିରାଟ ମହୋତ୍ସବରେ ପ୍ରତିଦିନ ହଜାର ହଜାର ଲୋକଙ୍କର ସମାଗମ ହୋଇଥାଏ । କୋଭିଡ୍ ସମୟରେ ଜନସମାଗମ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି ଧନୁଯାତ୍ରା ଆୟୋଜନକୁ ବର୍ତ୍ତମାନ ସ୍ଥିତିରେ ସ୍ଥଗିତ ରଖାଯାଇଛି ।

Leave A Reply

Your email address will not be published.