ଭୁବନେଶ୍ବର: ବଢ଼ୁଛି ମାଣ୍ଡିଆରେ ତିଆରି ଖାଦ୍ୟ ସାମଗ୍ରୀର ଚାହିଦା। ଦିନେ ଲୋକମାନେ ଭାବୁଥିଲେ ମାଣ୍ଡିଆରେ କେବଳ ଜାଉ ତିଆରି ହୁଏ । କିନ୍ତୁ ମାଣ୍ଡିଆରୁ ଟେଷ୍ଟି ଟେଷ୍ଟି ଖାଦ୍ୟ ଏବେ ପ୍ରସ୍ତୁତ କରିଲେଣି ଲୋକେ । ତେବେ ଆସନ୍ତୁ ଆଜି ଶିଖିବା ‘ମାଣ୍ଡିଆ ହାଲୁଆ’ ରେସିପି ।
ସାମଗ୍ରୀ:- ମାଣ୍ଡିଆ- ୧କପ୍, ଗୁଡ- ୧କପ୍ (କମ୍, ବେଶୀ କରିପାରିବେ), ଛେନା- ଅଧା କପ୍, ଘିଅ-ଅଧା କପ୍, କ୍ଷୀର- ୧କପ୍, ଗୁଜୁରାତି-୪ଟା, କାଜୁ,କିସମିସ୍- ୨ଟା
ପ୍ରଣାଳୀ:- ଘିଅରେ କାଜୁ କିସମିସ୍ ଭାଜି ରଖ । ସେଥିରେ ମାଣ୍ଡିଆ ଚୁନାକୁ ଭାଜ । ଭାଜି ହୋଇଗଲେ ଛେନା, ଗୁଡ ପକାଇ ୨ ମିନିଟ୍ ଭାଜ । ଏହାପରେ କ୍ଷୀର ମିଶାଅ । ଅଳ୍ପ ଟିକେ ପାଣି ଦେଇ ପାରିବେ ।
ତାପରେ କାଜୁ କିସମିସ୍ ଦେଇ ଓହ୍ଲାଇ ଆଣିବେ । ଏହାପରେ ଗୁଜୁରାତି ଗୁଣ୍ଡ ଛିଞ୍ଚି ଦିଅ । ତାପରେ ଅନ୍ୟ ପାତ୍ରକୁ କାଢି ଦିଅ ।
ଏବେ ପ୍ରସ୍ତୁତ ହୋଇଗଲା ମାଣ୍ଡିଆ ହାଲୁଆ । ସୁଜି ହାଲୁଆ ବହୁତ ଖାଇଥିବେ ଥରେ ମାଣ୍ଡିଆ ହାଲୁଆ କରି ଖାଆନ୍ତୁ ଓ ଖୁଆନ୍ତୁ ।