Latest Odisha News

ଏମକେସିଜି ମେଡିକାଲରେ ପୁଣି ରେଗିଂ, ୨ ହାଉସ୍‌ ସର୍ଜନଙ୍କୁ ଜରିମାନା

ବ୍ରହ୍ମପୁର: ଏମକେସିଜି(MKCG) ମେଡିକାଲରେ ରାଗିଂ। ୨ ହାଉସ୍‌ ସର୍ଜନଙ୍କୁ ଜରିମାନା। ଜଣେ ଚତୁର୍ଥ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗରେ ଜରିମାନା। ଛାତ୍ର ଜଣଙ୍କ ଆଣ୍ଟି ରାଗିଂ ସେଲ୍‌କୁ ଜଣାଇବା ପରେ ବୈଠକ ହୋଇଛି। ରାଗିଂ କରିଥିବାରୁ ୨୫ ହଜାର ଲେଖାଏଁ ଜରିମାନା। ଜରିମାନା କଥା ସ୍ପଷ୍ଟ କଲେ ମେଡିକାଲ୍‌ ଅଧୀକ୍ଷକ ସୁଚିତ୍ରା ଦାଶ।

ଗତ ମେ ମାସ ୧୨ ତାରିଖରେ ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ରାଗିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ମେ ୧୩ ତାରିଖରେ ଏମକେସିଜି ମେଡିକାଲ ଡିନଙ୍କୁ ଦୁଇ ଜଣ ରେଗିଂ କରିଥିବା ନେଇ ଲିଖିତ ଅଭିଯୋଗ ଦେଇଥିଲେ ସମ୍ପୃକ୍ତ ଛାତ୍ର। ଗତ କିଛି ଦିନ ପୂର୍ବରୁ ଏଣ୍ଟି ରେଗିଂ କମିଟିରେ ଅଭିଯୋଗ ହେବା ପରେ ଆଜି ଏମକେସିଜି ମେଡିକାଲରେ ହୋଇଥିଲା ବୈଠକ।

Comments are closed.