Latest Odisha News

BREAKING NEWS

ରହସ୍ୟମୟ ନାଗରାଜ ମନ୍ଦିର, ଯେଉଁଠି ପୂଜା ପାଆନ୍ତି ସହସ୍ରାଧିକ ସର୍ପ !

ଭୁବନେଶ୍ୱର: ଭାରତୀୟ ପରମ୍ପରାରେ ଅନେକ ଦେବା ଦେବୀଙ୍କ ସମେତ ସେମାନଙ୍କ ବାହନକୁ ମଧ୍ୟ ସମ୍ମାନର ସହିତ ପୂଜାର୍ଚ୍ଚନା କରାଯାଇଥାଏ । ଭାରତୀୟ ଦେବାଦେବୀଙ୍କ ସମେତ ଅନେକ ପଶୁ, ପକ୍ଷୀ, ବୃକ୍ଷରାଜି ତଥା ସରୀସୃପଙ୍କୁ ମଧ୍ୟ ଭାରତର କେତେକ ସ୍ଥାନରେ ଉପାସନା କରାଯିବାର ପୂରାତନ ବିଧି ରହିଛି । କେତେକ ସ୍ଥାନରେ ଥିବା ମନ୍ଦିର ଗୁଡ଼ିକର କିମ୍ବଦନ୍ତୀ ଯେତିକି ଆଶ୍ଚର୍ଯ୍ୟଜନକ ସେହିପରି ମଧ୍ୟ ରହସ୍ୟମୟ । ଭାରତର ଦକ୍ଷିଣରେ ଥିବା କେରଳ ରାଜ୍ୟରେ ରହିଛି ଏକ ରହସ୍ୟମୟ ସର୍ପ ମନ୍ଦିର । ଏହି ସର୍ପମନ୍ଦିରରେ ନାଗରାଜଙ୍କୁ ଆରାଧନା କରାଯାଇଥାଏ ।

ରହସ୍ୟମୟ ନାଗରାଜ ମନ୍ଦିର, ଯେଉଁ ମନ୍ଦିରରେ ପୂଜା ପାଆନ୍ତି ସହସ୍ରାଧିକ ସର୍ପ । ମନରସଲା ମନ୍ଦିର ମଧ୍ୟରେ ରହିଥିବା ପ୍ରତ୍ୟେକ ସର୍ପ ମୂର୍ତ୍ତିର ଆକାର ଅନ୍ୟଠୁଁ ଭିନ୍ନ । ପ୍ରତ୍ୟେକ ମୂର୍ତ୍ତିର ଓଜନ ମଧ୍ୟ ଅନ୍ୟ ମୂର୍ତ୍ତିଠାରୁ ଅଲଗା । ପ୍ରତ୍ୟେକ ମୂତ୍ତିର ଭଙ୍ଗୀ ନିଶ୍ଚିତ ରୂପେ ଅନ୍ୟଠୁ ସ୍ୱତନ୍ତ୍ର ଦୃଶ୍ୟ ହୋଇଥାଏ ।

ଏହି ସର୍ପମନ୍ଦିରକୁ ପ୍ରଥମକରି ଆସୁଥିବା ପର୍ଯ୍ୟଟକ ତଥା ପରିଦର୍ଶକ ମାନଙ୍କୁ ମନ୍ଦିର ଭିତର ଦୃଶ୍ୟ ପ୍ରକୃତରେ ଆଶ୍ଚର୍ଯ୍ୟ ଚକିତ କରିଥାଏ । ଏହି ମନ୍ଦିରରେ କେବଳ ଶହେ ନୁହେଁ କି ଦୁଇଶହ ନୁହେଁ ମନ୍ଦିର ଭିତରେ ରହିଛି ପ୍ରାୟ ୩୦ ହଜାରରୁ ଅଧିକ ସର୍ପମାନଙ୍କର ବିରାଟକାୟ ମୂର୍ତ୍ତି । ସେହି ମୂର୍ତ୍ତି ଗୁଡ଼ିକର ଭାବଭଙ୍ଗୀ ମଧ୍ୟ ରହସ୍ୟମୟ ।

ବହୁ ପୂର୍ବରୁ ସମଗ୍ର କେରଳ ରାଜ୍ୟରେ ବିଶ୍ୱାସ ରହିଛି ଯେ, ପ୍ରେମ ସମ୍ପର୍କ ସ୍ଥାପନରେ ସଫଳତା ବା ସନ୍ତାନସନ୍ତତି ଲାଭ ନିମନ୍ତେ ମାନସିକ କରୁଥିବା ସମସ୍ତ ଶ୍ରଦ୍ଧାଳୁମାନଙ୍କର ମନୋସ୍କାମନା ନିଶ୍ଚିତ ରୂପେ ପୂର୍ଣ୍ଣ ହୋଇଥାଏ ଏହି ମନ୍ଦିରରେ ।

କେରଳ ରାଜ୍ୟର ଅାଲଫୁଜା ଜିଲ୍ଲାର ହରିପଦ ଠାରେ ରହିଛି ମନରସରଲା ମନ୍ଦିର । ଏହି ମନ୍ଦିରକୁ ଗଲେ ଅାପଣ ଦେଖିବେ ଅନେକ ସର୍ପମୂର୍ତ୍ତି । ପାଖାପାଖି ୩୦ ହଜାର ସର୍ପମୂର୍ତ୍ତି ଏହି ସ୍ଥାନରେ ଦେଖିବାକୁ ମିଳିଥାଏ । ସୂଚନା ଅନୁସାରେ ଏହି ମନ୍ଦିରରେ ନାଗରାଜଙ୍କୁ ପୂଜା କରାଯାଏ । ଏହି ମନରସଲା ମନ୍ଦିରକୁ ନେଇ ରହିଛି ଅନେକ ରହସ୍ୟମୟ ବିଶ୍ୱାସ ।  ଏହି ମନ୍ଦିରରେ ଅାସି ସର୍ପଦେବତାଙ୍କୁ ଉପାସନା କଲେ ନିସନ୍ତାନମାନେ ସନ୍ତାନ ପ୍ରାପ୍ତି ହୋଇଥାନ୍ତି । ଏପରିକି ଏହି ମନ୍ଦିରରେ ମିଳୁଥିବା ଏକ ନିର୍ଦ୍ଧିଷ୍ଟ ହଳଦୀକୁ ସେବନ କଲେ ସ୍ତ୍ରୀ ଲୋକମାନେ ସହଜରେ ଗର୍ଭଧାରଣ କରିଥାନ୍ତି । ଅାଉ ସେହି ଅାଶାରେ ପ୍ରତ୍ୟକଦିନ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ଏହି ମନ୍ଦିରକୁ ଅାସିଥାନ୍ତି ।

ଅାପଣ ଭାବିବେ ବିଜ୍ଞାନଯୁଗରେ ଏହା କିପରି ସମ୍ଭବ ? ଚିକିତ୍ସା ବିଜ୍ଞାନର ଅନେକ ଉନ୍ନତି ହୋଇ ସାରିଥିଲେ ମଧ୍ୟ ଏବେବି ଲୋକବିଶ୍ୱାସରେ ମନରସଲା ମନ୍ଦିରରେ ନାଗରାଜଙ୍କୁ ଉପାସନା କଲେ ନିସନ୍ତାନ ମାନଙ୍କୁ ସନ୍ତାନ ପ୍ରାପ୍ତି ହୋଇଥାଏ । ଅାଉ ବିଜ୍ଞାନରେ ଅାସ୍ଥା ରଖିଥିଲେ ମଧ୍ୟ ମଣିଷ କିନ୍ତୁ ମନରସଲା ମନ୍ଦିରର ମାହାତ୍ମ୍ୟକୁ ଛାଡ଼ି ପାରୁନାହିଁ ।

ଏହି ସର୍ପମନ୍ଦିରକୁ ପ୍ରଥମକରି ଆସୁଥିବା ପର୍ଯ୍ୟଟକ ତଥା ପରିଦର୍ଶକ ମାନଙ୍କୁ ମନ୍ଦିର ଭିତର ଦୃଶ୍ୟ ପ୍ରକୃତରେ ଆଶ୍ଚର୍ଯ୍ୟ ଚକିତ କରିଥାଏ । ଏହି ମନ୍ଦିରରେ କେବଳ ଶହେ ନୁହେଁ କି ଦୁଇଶହ ନୁହେଁ ମନ୍ଦିର ଭିତରେ ରହିଛି ପ୍ରାୟ ୩୦ ହଜାରରୁ ଅଧିକ ସର୍ପମାନଙ୍କର ବିରାଟକାୟ ମୂର୍ତ୍ତି । ସେହି ମୂର୍ତ୍ତି ଗୁଡ଼ିକର ଭାବଭଙ୍ଗୀ ମଧ୍ୟ ରହସ୍ୟମୟ । ମନରସଲା ମନ୍ଦିର ମଧ୍ୟରେ ରହିଥିବା ପ୍ରତ୍ୟେକ ସର୍ପ ମୂର୍ତ୍ତିର ଆକାର ଅନ୍ୟଠୁଁ ଭିନ୍ନ । ପ୍ରତ୍ୟେକ ମୂର୍ତ୍ତିର ଓଜନ ମଧ୍ୟ ଅନ୍ୟ ମୂର୍ତ୍ତିଠାରୁ ଅଲଗା । ପ୍ରତ୍ୟେକ ମୂତ୍ତିର ଭଙ୍ଗୀ ନିଶ୍ଚିତ ରୂପେ ଅନ୍ୟଠୁ ସ୍ୱତନ୍ତ୍ର ଦୃଶ୍ୟ ହୋଇଥାଏ ।

ବହୁ ପୂର୍ବରୁ ସମଗ୍ର କେରଳ ରାଜ୍ୟରେ ବିଶ୍ୱାସ ରହିଛି ଯେ, ପ୍ରେମ ସମ୍ପର୍କ ସ୍ଥାପନରେ ସଫଳତା ବା ସନ୍ତାନସନ୍ତତି ଲାଭ ନିମନ୍ତେ ମାନସିକ କରୁଥିବା ସମସ୍ତ ଶ୍ରଦ୍ଧାଳୁମାନଙ୍କର ମନୋସ୍କାମନା ନିଶ୍ଚିତ ରୂପେ ପୂର୍ଣ୍ଣ ହୋଇଥାଏ ଏହି ମନ୍ଦିରରେ ।  ଯେଉଁ ମହିଳାମାନେ ଏଠାରେ ସର୍ପରାଜଙ୍କୁ ଉପାସନା କରି ସନ୍ତାନ ପ୍ରାପ୍ତି କରିଥାନ୍ତି ସେମାନେ ନିଜ ମନସ୍କାମନା ପୂର୍ଣ୍ଣ ହେବା ପରେ ଏହି ମନ୍ଦିରରେ ସର୍ପମୂର୍ତ୍ତି  ମାନ ନିର୍ମାଣ କରିଥାନ୍ତି । ଅାଉ ସେଇଥିପାଇଁ ମନ୍ଦିରର ପ୍ରାୟ ସବୁ ସ୍ଥାନରେ ରହିଛି ସର୍ପମୂର୍ତ୍ତି  । ପୌରାଣିକ ବର୍ଣ୍ଣନା ଅନୁସାରେ ଏହି ସ୍ଥାନର ମଧ୍ୟ ଅନେକ ମହତ୍ୱ ରହିଛି । ଏହି ସ୍ଥାନ ସର୍ପ ଉପାସକ ମାନଙ୍କତ ପାଇଁ ଏକ ପବିତ୍ର ସ୍ଥାନ।ଶାସ୍ତ୍ର ବର୍ଣ୍ଣନା ଅନୁସାରେ କେରଳ ରାଜ୍ୟର ଉତ୍ପତ୍ତି ସହିତ ମନରସଲାର ସର୍ପ-ଉପାସନାର ସଂପର୍କ ରହିଥିବା ଜଣା ଯାଏ । 

କେରଳର ସର୍ପଉପାସନାର ପୁରାଣ ବର୍ଣ୍ଣନା ଧାରା । ଅାଲଫୁଜାର ମନରସଲା ମନ୍ଦିରରେ ସନ୍ତାନପ୍ରାପ୍ତି ପାଇଁ ଭକ୍ତଙ୍କ ମନସ୍କାମନା । ମନସ୍କାମନା ପୂର୍ଣ୍ଣ ହେବା ପରେ ଭକ୍ତ ମାନେ ମନ୍ଦିରରେ ସ୍ଥାପନ କରନ୍ତି ନାଗ  ମୂର୍ତ୍ତି । ଏମିତି ରହସ୍ୟମୟ ପରଂପରା ବର୍ଷବର୍ଷ ଧରି ଚାଲିଛି ଏହି ମନରସଲା ମନ୍ଦିରରେ ।କେରଳ ରାଜ୍ୟର ଉତ୍ପତ୍ତି ସହିତ ଯୋଡ଼ି ହୋଇ ରହିଛି ଏହି ସର୍ପ ଉପାସନାର ଧାରା। ଶାସ୍ତ୍ର ଅନୁସାରେ ଭଗବାନ ପର୍ଶୁରାମହିଁ କେରଳ ରାଜ୍ୟର ସ୍ଥାପନା କରିଥିଲେ । କ୍ଷତ୍ରିୟ ମାନଙ୍କୁ ବିନାଶ କରିଥିବାରୁ ପର୍ଶୁରାମ ଶାପ ଗ୍ରସ୍ଥ ହୋଇଥିଲେ ଅାଉ ଏହି ଶାପରୁ ମୁକ୍ତି ପାଇବା ପାଇଁ ତାଙ୍କୁ ଏକ ସ୍ଥଳ ଭାଗ ଦାନ ଭାବରେ ବ୍ରାହ୍ଣଣ ମାନଙ୍କୁ ଦେବାକୁ ପଡିଥିଲା । ଅାଉ ବିଶ୍ୱାସ ଅନୁସାରେ ଭଗବାନ ପର୍ଶୁରାମ ଏହି ସ୍ଥଳଭାଗ ପାଇଁ ଜଳଦେବତା ବରୁଣଙ୍କୁ
ଅନୁରୋଧ କରିଥିଲେ । ଅାଉ ପର୍ଶୁରାମ ନିଜ ଭଗବାନ ଶିବଙ୍କ ଠାରୁ ପାଇଥିବା ତୀରକୁ ସମୁଦ୍ର ମଧ୍ୟକୁ କ୍ଷେପଣକରିଥିଲେ ଅାଉ ଏକ ସ୍ଥଳଭାଗ ସୃଷ୍ଟି ହୋଇଥିଲା । ସେହି ସ୍ଥଳଭାଗ ହିଁ କେରଳ ରାଜ୍ୟ ବୋଲି ବିଶ୍ୱାସକରାଯାଏ । କେରଳ ରାଜ୍ୟ ସୃଷ୍ଟି ହେବା ପରେ ହିଁ ସର୍ପ ଉପାସନାର ଧାରା ଅାସିଥିଲା ପୌରାଣିକ ବର୍ଣ୍ଣନା ଅନୁସାରେ କେରଳ ରାଜ୍ୟ ସମୁଦ୍ର ମଧ ସୃଷ୍ଟି ହୋଇଥିବାରୁ ଏହାର ମାଟି ଲବଣାକ୍ତ ଥିଲା । ତେଣୁ ଏଠାରେ ଚାଷକାର୍ଯ୍ୟ ସମ୍ଭବ ନଥିଲା ଅାଉ ଯେଉଁ ଠାରେ ଉଦ୍ଭିଦ ଜଗତ ହେବ ନାହିଁ ସେଠାରେ ଜୀବଜଗତ ବସବାସ କରିବ କିପରି? ତେଣୁ ଭଗବାନ ପର୍ଶୁରାମ ଦେବଦେବ ମହାଦେବଙ୍କୁ ତପସ୍ୟା କରିଥିଲେ । ଅାଉ ଭଗବାନ ଶିବ ପର୍ଶୁରାମଙ୍କୁ ଏହି ବିପଦରୁ ରକ୍ଷା କରିବା ପାଇଁ ସର୍ପଦେବତାଙ୍କ ସାହାଯ୍ୟ ଲୋଡ଼ିବା ପାଇଁ କହିଥିଲେ । ଭଗବାନ ଶିବଙ୍କ ଉପଦେଶ ଥିଲା କି ଯଦି ସର୍ପମାନଙ୍କ ବିଷ ଏହି ସ୍ଥାନର ମାଟିରେ ମିଶିଯାଏ ତେବେ ଏଠାରେ ଥିବା ଲବଣ ଅଶଂ କମିଯିବ ଅାଉ ସଂପୂର୍ଣ୍ଣ ସ୍ଥଳଭାଗ ଉର୍ବର ହେବ ।ଅାଉ ଏହା ପରେ ଭଗବାନ ପର୍ଶୁରାମ ନାଗରାଜଙ୍କୁ ତପସ୍ୟା କରିଥିଲେ।ନାଗରାଜ ତପସ୍ୟାରେ ସନ୍ତୁଷ୍ଟ ହୋଇ ପର୍ଶୁରାମଙ୍କୁ ଦର୍ଶନ ଦେଇଥିଲେ ଅାଉ ତାଙ୍କ ମହତ ଉଦେଶ୍ୟ ବିଷୟରେ ଜାଣି ସର୍ପମାନଙ୍କୁ ନିଜ ବିଷ ଉଦ୍‌ଗାର ପାଇଁ ନିଦେର୍ଶ ଦେଇଥିଲେ ।  ଶାସ୍ତ୍ରର ବର୍ଣ୍ଣନା ଅନୁସାରେ ସହସ୍ର ସହସ୍ର ସର୍ପ ନିଜ ବିଷ ଏହି କେରଳର ଭୁମିରେ ନିକେ୍ଷପ କରିଥିଲେ । ସର୍ପବିଷ ଦ୍ୱାରା କେରଳର ମାଟିରୁ ଲବଣ ଅଶଂ କମିଯାଇଥିଲା ଅାଉ ମାଟି ଉର୍ବର ହୋଇଥିଲା ଅାଉ ଜୀବଜଗତ ଏଠାରେ ବସବାସ କରିଥିଲେ । ନାଗରାଜଙ୍କର ଏହି ଅବାଦାନ ପାଇଁ ଭଗବାନ ପର୍ଶୁରାମ ନାଗରାଜଙ୍କୁ ବୈଦିକ ରୀତୀ ଅନୁସାରେ ଏଠାରେ ପ୍ରତିଷ୍ଠା କରିଥିଲେ ।

ମନରସଲା ମନ୍ଦିର ମଧ୍ୟରେ ରହିଥିବା ପ୍ରତ୍ୟେକ ସର୍ପ ମୂର୍ତ୍ତିର ଆକାର ଅନ୍ୟଠୁଁ ଭିନ୍ନ । ପ୍ରତ୍ୟେକ ମୂର୍ତ୍ତିର ଓଜନ ମଧ୍ୟ ଅନ୍ୟ ମୂର୍ତ୍ତିଠାରୁ ଅଲଗା । ପ୍ରତ୍ୟେକ ମୂତ୍ତିର ଭଙ୍ଗୀ ନିଶ୍ଚିତ ରୂପେ ଅନ୍ୟଠୁ ସ୍ୱତନ୍ତ୍ର ଦୃଶ୍ୟ ହୋଇଥାଏ । ଏପରିକି ନାଗାରାଜଙ୍କୁ ଏଠାରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଭାବରେ ପ୍ରତିଷ୍ଠା କରାଯାଇଥିବା କଥା ବିଶ୍ୱାସ କରାଯାଏ । ଅାଉ ନାଗରାଜ ପ୍ରତିଷ୍ଠା ହୋଇଥିବା ସ୍ଥାନ ହିଁ ମନରସଲା ମନ୍ଦିର । ଯେହେତୁ ଏହି ସ୍ଥାନରେ ମନ୍ଦାର ବୃକ୍ଷ ପରିପୂର୍ଣ୍ଣ ଥିଲା ତେଣୁ ଏହି ସ୍ଥାନକୁ ମନରସଲା ନାମରେ ନାମିତ କରାଯାଇଥିବା କଥା ବିଶ୍ୱାସ କରାଯାଇଥାଏ । ପରବର୍ତ୍ତୀ ସମୟରେ ବାସୁଦେବ ଓ ଶ୍ରୀଦେବୀ ନାମକ ଦୁସ୍ଥ ଦମ୍ପତ୍ତି ଏହି ସ୍ଥାନରେ ନାଗରାଜଙ୍କୁ ଉପାସନା କରିଥିବା କଥା ଶାସ୍ତ୍ରରେ ବର୍ଣ୍ଣନା ରହିଛି । ନାଗରାଜ ସେହି ଦମ୍ପତ୍ତିଙ୍କ ସେବାରେ ଖୁସି ହୋଇ ତାଙ୍କୁ ଅାର୍ଶୀବାଦ କରିଥିବା ମଧ୍ୟ ବିଶ୍ୱାସ ରହିଛି । ଏହି ପବିତ୍ର ସର୍ପ ଉପାସନାର କ୍ଷେତ୍ର ଅାଜି ଅନେକ ନିସନ୍ତାନ ମାନଙ୍କ ପାଇଁ ଅାଶାର କିରଣ ସାଜିଛି ।

Leave A Reply

Your email address will not be published.