Latest Odisha News

BREAKING NEWS

ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିବ ‘ସ୍ପିଡ୍ ଡିଟେକ୍ଟିଂ’ କ୍ୟାମେରା

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ପକ୍ଷରୁ ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ସ୍ପିଡ୍ ଡିଟେକ୍ଟିଂ କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଅଧିକାରୀଙ୍କ ସୂଚନା ଅନୁଯାୟୀ ସ୍ପିଡ୍ ଡିଟେକ୍ଟିଂ କ୍ୟାମେରା ଲଗାଇବା ପାଇଁ ସହରର ପାଖାପାଖି ୧୮ଟି ସ୍ଥାନ ଚୟନ କରାଯାଇଛି ଏବଂ ଏଥିସହିତ ଯେଉଁମାନେ ଅଧିକ ସ୍ପିଡରେ ଗାଡି ଚଲାଉଥିବେ କ୍ୟାମେରାରେ କଏଦ ହୋଇଥିବା ଫଟୋ ଓ ସେମାନଙ୍କ ଓଭର ସ୍ପିଡିଂ ଡ୍ରାଇଭ ବିରୋଧରେ କମିଶନରେଟ୍ ପୋଲିସ କଡା ପଦକ୍ଷେପ ଗ୍ରହଣ କରିବା ସହ ଜୋରିମାନା ଆଦାୟ କରିପାରିବ ।

ଆହୁରି ମଧ୍ୟ ଧାର୍ଯ୍ୟ କରାଯାଇଥିବା ସମୟ ମଧ୍ୟରେ ନିୟମ ଉଲଙ୍ଘନକାରୀ ଜୋରିମାନା ନଦେଲେ ସେମାନଙ୍କ ବିରୋଧରେ ମୋକବ୍ଦମା ମଧ୍ୟ ଦାୟର କରାଯିବ ।

ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଏହି ସ୍ପିଡ୍ ଡିଟେକ୍ଟିଂ କ୍ୟାମେରା ନୟାପଲ୍ଲୀ, ଖଣ୍ଡଗିରି, ଏସବିଆଇ ଛକ, ମାଷ୍ଟର କ୍ୟାଣ୍ଟିନ ଛକ, ସତସଙ୍ଗ ବିହାର ଓ ରୂପାଲି ସ୍କୋୟାର ଆଦି ସ୍ଥାନରେ ଲଗାଯିବା ନେଇ ଜଣାପଡିଛି । ଅନ୍ୟପକ୍ଷରେ ଜାତୀୟ ରାଜପଥରେ ଘଣ୍ଟା ପ୍ରତି ୮୫ କିମି ସ୍ପିଡର ନିୟମ ରହିଛି ।

Leave A Reply

Your email address will not be published.