Latest Odisha News

ଏଥର ଶ୍ରୀମନ୍ଦିରରେ ବନକ ଲାଗି ନୀତି ନୁହଁ, କେଉଁ କାରଣ ପାଇଁ ଆଜି ୪ ଘଣ୍ଟା ଦର୍ଶନ ବନ୍ଦ?

ପୁରୀ: ଆଜି ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅର୍ଥାତ ରେଖାପଞ୍ଚମୀ । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା । ଏନେଇ ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

ପରମ୍ପରା ଅନୁଯାୟୀ ପ୍ରଥମ ଭୋଗମଣ୍ଡପ ନୀତି ପରେ ଭିତରୁ ଜୟ ବିଜୟ ଦ୍ବାର ବନ୍ଦ କରାଯିବ। ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଦଇତାପତି ସେବାୟତମାନେ ରାହୁ ରେଖା ଲାଗି କରିବେ । ଶ୍ରୀଜିଉଙ୍କ ଶ୍ରୀମୁଖ ସୁନ୍ଦର ଦେଖାଯିବା ପାଇଁ ଏହି ରାହୁରେଖାକୁ ଚତୁଃର୍ଦ୍ଧାମୂର୍ତ୍ତିଙ୍କୁ ଲାଗି କରାଯିବ ।

ଏହାପରେ ମହାପ୍ରଭୁଙ୍କ ମହାସ୍ନାନ, ବେଶ ସମେତ ଆନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ରହିବ । ରାହୁ ରେଖା ଲାଗି ପରେ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ କରିପାରିବେ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।

Comments are closed.