Latest Odisha News

BREAKING NEWS

ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡ ଅସୁସ୍ଥ, ଚିକିତ୍ସା ପାଇଁ କୋଲକାତାରୁ ଗଲେ ବାଙ୍ଗାଲୋର

କୋଲକତା: ଭାରତୀୟ କ୍ରିକେଟ ଦଳର କୋଜ ରାହୁଲ ଦ୍ରାବିଡ ହଠାତ ଅସୁସ୍ଥ ହୋଇ ପଡିଛନ୍ତି । ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ ବେଳେ ଦ୍ରାବିଡ ରକ୍ତଚାପ ଜନିତ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବେଙ୍ଗଲ କ୍ରିକେଟ ଆସୋସିଏଶନର ଡାକ୍ତର ତାଙ୍କର ଚେକଅପ କରିଥିଲେ ।ଆଜି ସମ୍ପୂର୍ଣ୍ଣ ଟିମ ତୃତୀୟ ଦିନିକିଆ ଖେଳିବା ପାଇଁ ଥିରୁୱନ୍ତପୁରମ ଅଭିମୁଖେ ଗସ୍ତ କରିଥିଲେ । ଦ୍ରାବିଡ କିନ୍ତୁ କୋଲକାତାରୁ ବାଙ୍ଗାଲୋର ଅଭିମୁଖେ ଯାଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ଖୁବ ଶୀଘ୍ର ଟିମ ସହିତ ଯୋଗଦେବେ ବୋଲି ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ।

ବାଙ୍ଗାଲୋରରେ ଆବଶ୍ୟକ ଚେକଅପ କରାଇ ନେବା ପରେ ଯଦି ସବୁ କିଛି ଠିକଠାକ ଥାଏ ତାହେଲେ ଥିରୁୱନ୍ତପୁରମ ଯାଇପାରନ୍ତି । ସୂଚନାଯୋଗ୍ୟ, ଶ୍ରୀଲଙ୍କା ବିପକ୍ଷ ୩ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହି ଆଗୁଆ ସିରିଜ ଜିତିନେଇଛି ।

Leave A Reply

Your email address will not be published.