Latest Odisha News

BREAKING NEWS

ଡ୍ରାଭିଡ ହେବେ ଟିମ ଇଣ୍ଡିଆର କୋଚ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ କ୍ରିକେଟ ଦଳର କୋଚ ହେବାକୁ ଯାଉଛନ୍ତି ମହାନ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ । ବିସିସିଆଇର ଜନୈକ ଅଧିକାରୀ ଏ ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ଡ୍ରାଭିଡ ଶ୍ରୀଲଙ୍କା ଗସ୍ତରେ କୋଚ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ରବି ଶାସ୍ତ୍ରୀ ବିଶ୍ୱକପ ପରେ କୋଚ ପଦରୁ ହଟିବା ନେଇ ଏକପ୍ରକାର ନିଶ୍ଚିତ ହୋଇଯାଇଛି । ୨୦୧୭ରୁ ସେ ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏହା ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଟିମ ଇଣ୍ଡିଆ ।

ଡ୍ରାଭିଡଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସିରିଜ ପାଇଁ ଯୋଗାଯୋଗ କରାଯାଇଛି । ଏହା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧିକାରୀଜଣକ କହିଛନ୍ତି । ଡ୍ରାଭିଡ ଅଧିକ ଦିନ ପରିବାରଠାରୁ ଦୂରରେ ରହିବାକୁ ଚାହୁଁ ନ ଥିବାରୁ ତାଙ୍କୁ ନିୟମିତ କୋଚ କରିବା ନେଇ ଦ୍ୱନ୍ଦ୍ୱ ଉପୁଜୁଛି ।

Leave A Reply

Your email address will not be published.