Latest Odisha News

BREAKING NEWS

ରାହୁଲ ଗାନ୍ଧିଙ୍କୁ ମିଳିଲା ସରକାରୀ ବଙ୍ଗଳା, କହିଲେ ପୂରା ହିନ୍ଦୁସ୍ଥାନ ମୋ ଘର

ନୂଆଦିଲ୍ଲୀ:ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟ ପଦ ଫେରି ପାଇବା ପରେ ଏବେ ଫେରି ପାଇଛନ୍ତି ତାଙ୍କର ସରକାରୀ ବଙ୍ଗଳା । ଯେଉଁ କ୍ୱାର୍ଟର୍ସରେ ସେ ପୂର୍ବରୁ ରହୁଥିଲେ ଏବେ ସେହି ବଙ୍ଗଳା ତାଙ୍କୁ ମିଳିଛି । କିଛି ଦିନ ମଧ୍ୟରେ ରାହୁଲ  ୧୨ ତୁଗଳକ ଲେନରେ ଥିବା ବଙ୍ଗଳାକୁ ଫେରିଯିବ ରାହୁଲ ।

ଲୋକସଭା ହାଉସ ସମିତି ଦ୍ୱାରା ରାହୁଲଙ୍କ ସଦସ୍ୟତା ଫେରିବା ପରେ ପରେ ମଙ୍ଗଳବାର ତାଙ୍କୁ ସରକାରୀ ବାସଭବନ ଆବଣ୍ଟିତ କରାଯାଇଛି । ବଙ୍ଗଳା ମିଳିବା ପରେ ସାମ୍ବାଦିକମାନଙ୍କୁ ସାକ୍ଷାତ ଦେଇ ‘ସାରା ହିନ୍ଦୁସ୍ଥାନ ମୋର ଘର’ ବୋଲି ରାହୁଲ କହିଛନ୍ତି ।

ସୂଚନାଥାଉ କି, ରାହୁଲ ୨୦୧୯ରେ କେରଳର ୱାୟନାଡ ନିର୍ବାଚନ ଜିତିଥିଲେ । ସେହିବର୍ଷ ଏପ୍ରିଲ ୧୩ରେ ରାହୁଲ ଗାନ୍ଧୀ କର୍ଣ୍ଣାଟକ କୋଲାରରେ ଏକ ନିର୍ବାଚନୀ ରାଲିରେ  ବୟାନ ଦେଇଥିଲେ । ଏଥିରେ ସେ କହିଥିଲେ, ନୀରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦିଙ୍କ ସରନେମ ସମାନ କାହିଁକି ? ସବୁ ଚୋରଙ୍କ ସରନେମ କ’ଣ ମୋଦି ହୋଇଥାଏ ?’

ରାହୁଲଙ୍କ ଏହି ବୟାନକୁ ନେଇ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ତାଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ଦାଏର କରିଥିଲେ । ରାହୁଲ ପୁରା ମୋଦି ସମୁଦାୟକୁ ଚୋର ବୋଲି ଅପମାନିତ କରିଛନ୍ତି ବୋଲି ସେ ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ ।

ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ତଳ କୋର୍ଟ । ଏହାକୁ ସେସନ କୋର୍ଟ, ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ରାହୁଲ ।  ସବୁଠି ନିରାଶ ହେବା ପରେ ସେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨ ବର୍ଷ ସଜା ଶୁଣାଣି ପରେ ରାହୁଲ ତାଙ୍କ ସାଂସଦ ପଦ ହରାଇଥିଲେ । ସାଂସଦ ପଦ ହରାଇବା ପରେ ତାଙ୍କୁ ସରକାରୀ ବଙ୍ଗଳା ଛାଡିବାକୁ ପଡିଥିଲା ।  ତେବ ଗତ ଶୁକ୍ରବାର ସୁପ୍ରିମକୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି ମିଳିଥିଲା । ସୁପ୍ରିମ କୋର୍ଟଙ୍କ ରାୟ ପରେ ରାହୁଲ ତାଙ୍କ ସାଂସଦ ପଦ ଫେରି ପାଇଥିଲେ ।

Leave A Reply

Your email address will not be published.