Latest Odisha News

BREAKING NEWS

ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ ଆଶଙ୍କା, ୨୬୦୦ ବିମାନ ଉଡାଣ ରଦ୍ଦ

ଓ୍ଵାଶିଂଟନ: ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ ସମ୍ଭାବନା । ଏଥିପାଇଁ ୨୬୦୦ ଉଡାଣକୁ ରଦ୍ଦ କରିଦିଆଯାଇଛି । ସୋମବାର ଠାରୁ ରାଜଧାନୀ ଓ୍ଵାଶିଂଟନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଜଲଦି ବନ୍ଦ କରିଦିଆଯାଇଛି । ଆମେରିକାରେ ଭୟଙ୍କର ଘୂର୍ଣ୍ଣିଛଡ, ପ୍ରବଳ ବର୍ଷା ଏବଂ ତୋଫାନ ଆଶଙ୍କା ଦେଖି ଏଭଳି ପଦକ୍ଷେପ ନିଆଯାଇଛି ।

ସାରା ଦେଶରେ ଏକ ପ୍ରକାର ବିଜୁଳି ଯୋଗାଣ ବନ୍ଦ କରାଯାଇଛି । ସେପଟେ ଆମେରିକାର ରାଜଧାନୀ ୱାସିଂଟନରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏହାସହ ଲୋକମାନଙ୍କୁ ସୁରକ୍ଷିତ ଭାବେ ନିଜ ନିଜର ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଆଗାମୀ କିଛି ଘଣ୍ଟା ଆମେରିକାରେ ଭୟଙ୍କର ତାଣ୍ଡବ ହୋଇପାରେ ବୋଲି ଚେତାବନୀ ଜାରି କରିଛି ଆମେରିକା ସ୍ଥିତ ପାଣିପାଗ ବିଭାଗ ।

ପ୍ରବଳ ବର୍ଷା ଏବଂ ଝଡ ତୋଫାନ ଯୋଗୁଁ ଆମେରିକାର ଅନେକ ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଭର୍ଜିନିଆରେ ୧୫ହଜାରରୁ ଅଧିକ ଘରେ ବିଦ୍ୟୁତ ନାହିଁ । ପାଣିପାଗ ବିଭାଗ ଜାରି କରିଥିବା ଚେତାବନୀ ଯୋଗୁଁ ପାଖାପାଖି ୩୦ ମିଲିଅନ ଲୋକଙ୍କ ଉପରେ ବିପଦ ରହିଛି । ଏହାର ପ୍ରଭାବରେ ନ୍ୟୁୟର୍କ, ଓ୍ଵାଂଶିଟନ, ଫିଲାଡୋଲିଫିଆ, ଆଟଲାଣ୍ଟ ଏବଂ ବଲଟିମୋର ବିମାନ ବନ୍ଦରରୁ ଉଡାଣ ଭରିବାକୁ ଥିବା ସମସ୍ତ ବିମାନକୁ ରଦ୍ଦ କରାଯାଇଛି । ସୋମବାର ରାତି ଠାରୁ ୨୬୦୦ ବିମାନ ଉଡାଣ ରଦ୍ଦ କରାଯାଇଛି । ଫଳରେ ଆମେରିକାରେ ୭,୭୦୦ ବିମାନ ଉଡାଣରେ ବିଳମ୍ବ ହୋଇଛି ।

ପାଣିପାଗ ବିଭାଗର ସୂଚନା ମୁତାବକ ଟେନେସୀ ଠାରୁ ନ୍ୟୁୟର୍କ ପର୍ଯ୍ୟନ୍ତ ୧୦ଟି ରାଜ୍ୟରେ ଏହି ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ସୋମବାର ଦ୍ୱିପ୍ରହର ପର୍ଯ୍ୟନ୍ତ ୧୩୦୦ ରୁ ଅଧିକ ବିମାନ ଉଡାଣ ରଦ୍ଦ କରାଯାଇଛି । ସେପଟେ ରାଷ୍ଟ୍ରପତି ଜୋ-ବାଇଡେନଙ୍କ ୪ ଦିନିଆ ଗସ୍ତ ଉପରେ ରୋକ ଲଗାଇଛି ହ୍ୱାଇଟହାଉସ୍ ।

 

 

Leave A Reply

Your email address will not be published.