Latest Odisha News

BREAKING NEWS

ରାହୁୁଲଙ୍କ ସୁରକ୍ଷାରେ ରହିଥାନ୍ତି କେତେ କମାଣ୍ଡୋ? ଜାଣନ୍ତୁ କାହିଁକି CRPF ଖଡ଼ଗେଙ୍କୁ ଲେଖିଲା ଚିଠି

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ସୁରକ୍ଷା ନିୟମ ଭଙ୍ଗ କରିବାର ଆସିଛି ଅଭିଯୋଗ । ସିଆରପିଏଫ୍ କଂଗ୍ରେସ୍ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଚିଠି ଲେଖି ଏନେଇ ସୂଚନା ଦେଇଛି। ଚିଠିରେ କୁହାଯାଇଛି ଯେ ମାଲେସିଆ ଟ୍ରିପ୍’ରେ ରାହୁଲ ଗାନ୍ଧୀ ନିୟମ ଉଲ୍ଲଙ୍ଘନ କରିଛନ୍ତି। ଏପରି ସ୍ଥିତିରେ ତାଙ୍କ ସୁରକ୍ଷାର ଦାୟିତ୍ୱ ନେଇଥିବା ସିଆରପିଏଫ୍ କଂଗ୍ରେସ୍ ଅଧ୍ୟକ୍ଷଙ୍କୁ ଯେଲୋବୁକ ପ୍ରୋଟୋକଲ୍ ଭଙ୍ଗ କରିବାର ସୂଚନା ଦେଇଛି। ସିଆରପିଏଫ୍’ର କହିଛି ଯେ ଏହା ଦ୍ୱାରା ଭିଭିଆଇପି’ର ସୁରକ୍ଷା ବିପଦରେ ରହୁଛି। ଏବେ ଆସନ୍ତୁ ଜାଣିବା ଯଦି କେହି ଭିଭିଆଇପି ୟେଲୋବୁକ ପ୍ରୋଟୋକଲ୍ ଭଙ୍ଗ କରନ୍ତି, ତେବେ ସିଆରପିଏଫ୍ ଏଥେପାଇଁ ମାମଲା ରୁଜୁ କରିପାରିବ କି ନାହିଁ ?

ୟେଲୋବୁକ ପ୍ରୋଟୋକଲ୍ କ’ଣ?

ୟେଲୋବୁକ ପ୍ରୋଟୋକଲ୍ ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଏ। ଏଥିରେ ଭିଭିଆଇପି’ର ସୁରକ୍ଷା ସମ୍ବନ୍ଧୀୟ ଭିନ୍ନ-ଭିନ୍ନ ସ୍ତରରେ ଭିନ୍ନ-ଭିନ୍ନ ପ୍ରୋଟୋକଲ୍ ଜାରି କରାଯାଏ। ଭିଭିଆଇପି ବ୍ୟକ୍ତିଙ୍କୁ ଏହାକୁ ଅନୁସରଣ କରିବା ଆବଶ୍ୟକ । ଏହି ବୁକ୍’ରେ ଲେଖା ନିୟମ କହେ ଯେ ଯଦି କେହି ଭିଭିଆଇପି କେଉଁ ସ୍ଥାନରେ ଯାତ୍ରା କରୁଛନ୍ତି, ତେବେ ସେଥିପାଇଁ ସୁରକ୍ଷା ଦାୟିତ୍ୱ ନେଉଥିବା ଏଜେନ୍ସିକୁ ପୂର୍ବରୁ ସୂଚନା ଦେବା ଉଚିତ୍। ଫଳରେ ପୂର୍ବରୁ ସୁରକ୍ଷାର ପ୍ରବନ୍ଧ କରାଯାଇପାରିବ।

କିପରି ଦିଆଯାଏ ସୁରକ୍ଷା ?

ସୁରକ୍ଷାର ଗୁରୁତ୍ୱକୁ ରଖି ଭିନ୍ନ-ଭିନ୍ନ ଲୋକମାନଙ୍କୁ ଭିନ୍ନ-ଭିନ୍ନ ସ୍ତରରେ Z+, Z, Y ଏବଂ X ସୁରକ୍ଷା ପ୍ରଦାନ କରାଯାଏ। ସିଆରପିଏଫ୍’ର ଭିଆଇପି ସୁରକ୍ଷା ଶାଖା ରାହୁଲ ଗାନ୍ଧୀଙ୍କୁ ଜେଡ ପ୍ଲସ୍ (ASL) ସଶସ୍ତ୍ର ସୁରକ୍ଷା ପ୍ରଦାନ କରେ। ଏଥିରେ ରାହୁଲ ଗାନ୍ଧୀ ଯେତେବେଳେ ଯେଉଁ ସ୍ଥାନକୁ ଯାଉଛନ୍ତି, ତାଙ୍କୁ ୧୦ରୁ ୧୨ ଜଣ ସିଆରପିଏଫ୍ କମାଣ୍ଡୋ ସୁରକ୍ଷା ପ୍ରଦାନ କରନ୍ତି।

ସିଆରପିଏଫ୍’ର ଅଧିକାର, ୟେଲୋବୁକ ପ୍ରୋଟୋକଲ୍ ଭଙ୍ଗ କଲେ କ’ଣ ହୁଏ?

ନିୟମ ଅନୁଯାୟୀ, ସିଆରପିଏଫ୍’କୁ ସିଧାସଳଖ ଏଫଆଇଆର୍ ରୁଜୁ କରିବାର ଅଧିକାର ନାହିଁ। ହେଲେ, ଯଦି ସୁରକ୍ଷା ପ୍ରୋଟୋକଲ୍ ଭଙ୍ଗ ହୁଏ, ତେବେ ସିଆରପିଏଫ୍ ଅଧିକାରୀ ଏହାର ଲିଖିତ ଅଭିଯୋଗ ସ୍ଥାନୀୟ ପୋଲିସ୍ କିମ୍ବା ସମ୍ବନ୍ଧିତ ଏଜେନ୍ସିକୁ ପଠାଇଥାନ୍ତି। ଏହାପରେ ପୋଲିସ୍ ଏଫଆଇଆର୍ ରୁଜୁ କରେ ଏବଂ ମାମଲାର ତଦନ୍ତ ହୁଏ। ଯଦି ଉଲ୍ଲଙ୍ଘନ କୌଣସି ସିଆରପିଏଫ୍ କର୍ମଚାରୀ ଦ୍ୱାରା ହୋଇଥାଏ, ତେବେ ସିଆରପିଏଫ୍ ନିଜ ସ୍ତରରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ମଧ୍ୟ କରେ। ଯଦି କୌଣସି ନାଗରିକ କିମ୍ବା ଅଧିକାରୀ ଏହି ପ୍ରୋଟୋକଲ୍’କୁ ଭଙ୍ଗ କରନ୍ତି, ତେବେ ତାଙ୍କ ବିରୋଧରେ ପୋଲିସ୍ ମାମଲା ରୁଜୁ କରିଥାଏ।

Comments are closed.