Latest Odisha News

BREAKING NEWS

ବର୍ଷାରେ ଭିଜି ଭିଜି ରାହୁଲ ଦେଲେ କର୍ମୀଙ୍କୁ ଉଦବୋଧନ

ବେଙ୍ଗାଲୁରୁ: ବର୍ଷାରେ ଭିଜି ଭିଜି କର୍ମୀଙ୍କୁ ଉଦବୋଧନ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। କର୍ଣ୍ଣାଟକର ମହୀଶୂରରେ ପ୍ରବଳ ବର୍ଷା ମଧ୍ୟରେ ରବିବାର ଭାରତ ଯୋଡ଼ ଯାତ୍ରା ଅବସରରେ ରାହୁଲ ଗାନ୍ଧୀ ହଜାର ହଜାର ସମର୍ଥକ ଏବଂ କର୍ମୀଙ୍କୁ ବର୍ଷାରେ ଭିଜି ଭିଜି ଉଦବୋଧନ ଦେଇଛନ୍ତି। ଯାହାକୁ ଉପସ୍ଥିତ କର୍ମୀ ମଧ୍ୟ ବେଶ ପ୍ରଶଂସା କରିଛନ୍ତି। ରାହୁଲ କହିଛନ୍ତି ଭାରତକୁ ଏକଜୁଟ କରିବାରେ କେହି ଅଟକାଇପାରିବେ ନାହିଁ, ଏମିତିକି ବର୍ଷା । କେରଳର କନ୍ୟାକୁମାରୀରୁ ଆରମ୍ଭ ହୋଇ କଶ୍ମୀରରେ ଶେଷ ହେବାକୁ ଥିବା ଏହି ଯାତ୍ରା ଏବେ କର୍ଣ୍ଣାଟକରେ ପହଞ୍ଚିଛି।

ରାହୁଲ ଗାନ୍ଧୀ ଉଦବୋଧନ ଦେବା ବେଳେ କହିଛନ୍ତି ଯେ ଭାରତ ଏବଂ ଆରଏସଏସ ଭାରତରେ ଘୃଣା ବାଣ୍ଟୁଛନ୍ତି। ଏହା ବିରୁଦ୍ଧରେ ଛିଡା ହେବା ଭାରତ ଯୋଡ଼ ଯାତ୍ରାର ଲକ୍ଷ୍ୟ। ସେ କହିଛନ୍ତି କୌଣସି ପରିସ୍ଥିତିରେ ଏହି ଯାତ୍ରା ବନ୍ଦ ହେବ ନାହିଁ। ଏମିତିକି ବର୍ଷା ମଧ୍ୟ ନୁହେଁ ବୋଲି ସେ କହିଛନ୍ତି ।

ବିଜେପି ଦୁର୍ନୀତିର ସମସ୍ତ ରେକର୍ଡ ଭାଙ୍ଗିଛି। କର୍ଣ୍ଣାଟକରେ ବିଜେପି କ୍ଷମତାରେ ରହିଛି । ଏଠିକାର ମୁଖ୍ୟମନ୍ତ୍ରୀ ସମସ୍ତ କାମରେ ୪୦% କମିଶନ ନିଅନ୍ତି। ଠିକାଦାର ସଂଘ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ସରକାରଙ୍କ ଦ୍ୱାରା ୪୦% କମିଶନ ନିଆଯାଉଥିବା ବାବଦରେ ଅବଗତ କରାଇଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। କର୍ଣ୍ଣାଟକରେ ୧୩ ହଜାର ସ୍କୁଲ ଆସୋସିଏସନ କହିଛି ଯେ ସେମାନଙ୍କୁ ମଧ୍ୟ ସରକାରଙ୍କୁ ୪୦% କମିଶନ ଦେବାକୁ ପଡିବ, କିନ୍ତୁ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଏ ବିଷୟରେ କିଛି କହି ନାହାନ୍ତି।

ବିମୁଦ୍ରୀକରଣ ଏବଂ ଜିଏସଟି ଛୋଟ ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗିଛି। ଦେଶର ୨-୩ ଶିଳ୍ପପତିମାନେ ଲାଭ ପାଉଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ଗୋଟିଏ ପଟେ ବେକାରୀ ଏବଂ ଅନ୍ୟ ପଟେ ମୁଦ୍ରାସ୍ଫୀତି ବଢି ଚାଲିଛି। ବିଜେପି ଘୃଣା କିମ୍ବା ହିଂସା ସୃଷ୍ଟି କରେ, ଆମେ ଭାରତକୁ ଏକଜୁଟ କରିବୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

Leave A Reply

Your email address will not be published.