Latest Odisha News

BREAKING NEWS

ମାନହାନି ମାମଲାରେ ଉତ୍ତର ରଖିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଏକ ମାନହାନି ମାମଲାରେ ଉତ୍ତର ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ ମୋଦି ସାଜ୍ଞାଧାରୀ କୌଣସି ଲୋକଙ୍କ ବିରୋଧରେ କିଛି ମାନହାନିକର ମନ୍ତବ୍ୟ ଦେଇନାହାନ୍ତି ବୋଲି କହିଛନ୍ତି । ଗୁଜରାଟ ସୁରଟସ୍ଥିତ ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ରାହୁଲ ଉତ୍ତର ରଖି କହିଛନ୍ତି ଯେ, ନିର୍ବାଚନୀ ସଭାରେ ସେ କାହା ବିରୋଧରେ କିଛି ଅରୁଚିକର ମନ୍ତବ୍ୟ ଦେଇନାହାନ୍ତି ।

ମୋଦି ସାଜ୍ଞାକୁ ନେଇ ରାହୁଲ ଦେଇଥିବା ଅରୁଚିକର ମନ୍ତବ୍ୟ ବିରୋଧରେ ଜଣେ ବିଜେପି ବିଧାୟକଙ୍କ ଅଭିଯୋଗ ପରେ ଅଡୁଆରେ ପଡିଛନ୍ତି ରାହୁଲ । ବିଧାୟକ ପୂର୍ଣ୍ଣେଶ ମୋଦିଙ୍କ ଅଭିଯୋଗର ଉତ୍ତର ରଖିବା ଲାଗି ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଏ.ଏନ. ଡାଭେଙ୍କ ନିର୍ଦ୍ଦେଶ କ୍ରମେ ରାହୁଲ କୋର୍ଟରେ ହାଜର ହୋଇଥିଲେ । ଭାଷଣ ଛଳରେ ସମଗ୍ର ମୋଦି ସମ୍ପ୍ରଦାୟକୁ ରାହୁଲ ଅପମାନିତ କରିଛନ୍ତି ବୋଲି ବିଜେପି ନେତା ଅଭିଯୋଗ କରିଥିଲେ ।

ଗତ ୨୦୧୯ ଏପ୍ରିଲ ୧୩ରେ କର୍ଣ୍ଣାଟକରେ ଆୟୋଜିତ ଏକ ସାଧାରଣ ସଭାରେ ନୀରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦି ଆଦି ସମସ୍ତେ ଗୋଟିଏ ପ୍ରକାରର ବୋଲି କହିଥିଲେ ରାହୁଲ ଗାନ୍ଧି । ଏହାସହ ସେ କିଛି ଅରୁଚିକର ମନ୍ତବ୍ୟ ବି ଦେଇଥିବା ନେଇ ଅଭିଯୋଗ ହୋଇଛି । ବିଭିନ୍ନ ଜାଲିଆତି ମାମଲାରେ ନୀରବ ମୋଦି ଓ ଲଳିତ ମୋଦି ଫସିଥିବା ବେଳେ ତାଙ୍କ ସହ ନରେନ୍ଦ୍ର ମୋଦିଙ୍କୁ ତୁଳନା କରିବାକୁ ନେଇ ବିଜେପି ବିଧାୟକ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆଇପିସିର ଧାରା ୪୯୯ ଓ ୫୦୦ରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.