Latest Odisha News

BREAKING NEWS

୧୪ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଟ୍ରପ୍-ଲାଇନ ପ୍ରଭାବରେ ଓଡିଶାରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ।  ଉତ୍ତର ପଶ୍ଚିମ ବିହାରରୁ ଦକ୍ଷିଣ ଛତିଶଗଡ ଯାଏଁ ଝାଡ଼ଖଣ୍ଡ ମଧ୍ୟ ଦେଇ ଲଘୁଚାପ ରେଖା ଲମ୍ବିଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, କଟକ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ମାଲକାନଗିରି ଏବଂ କୋରାପୁଟ ଆଦି ୧୪ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

୨୭ ଯାଏ ବର୍ଷା ଲାଗି ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । କାକଟପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଜୁନ ୧ ରୁ ୨୪ ଜୁନ ସୁଦ୍ଧା ଓଡ଼ିଶାରେ ୧୬୨ ଦଶମିକ ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ସ୍ବାଭାବିକ ବର୍ଷାର ପରିମାଣ ରହିଛି ୧୫୬ ଦଶମିକ ୧ ମିଲିମିଟର । ଯାହା ସ୍ୱାଭାବିକ ବର୍ଷାଠାରୁ ଅଧିକ ।

ଲଗାଣ ବର୍ଷାରେ ବେହାଲ ଟ୍ୱିନ୍ ସିଟି । କଟକ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଜମି ରହିଥିଲା ବର୍ଷା ଜଳ। ଏପରିକି ସହରର ପ୍ରମୁଖ ରାସ୍ତା ବାଦାମବାଡି ଏବଂ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ମାଲଗୋଦାମରେ କିଛି ସମୟ ପାଇଁ ଦେଖିବାକୁ ମିଳିଥିଲା ଜଳବନ୍ଦୀ ଅବସ୍ଥା । ଏପଟେ ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଭଳି କିଛି ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ସ୍ଥିତି। ରାସ୍ତାରେ ଚାଲିଛି ଆଣ୍ଠୁଏ ଆଣ୍ଠୁଏ ପାଣି।

Leave A Reply

Your email address will not be published.