Latest Odisha News

ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, ପ୍ରଚାରରେ କମ୍ପବ ମୈଦାନ

ରାୟଗଡ଼ା: ଭଟୋରଙ୍କ ମନ କିଣିବାକୁ ରାଜନେତାଙ୍କ ମନଛୁଆଁ ଭାଷଣ। ନିଜ ଦଳ ସପକ୍ଷରେ ଭୋଟ ମାଗିବାକୁ ବିଭିନ୍ନ ପ୍ରତିଶୃତି। ହେବିୱେଟ ନେତାଙ୍କ ପ୍ରଚାରରେ କମ୍ପିବ ମୈଦାନ। କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିବା ସହ ଭୋଟରଙ୍କୁ ସମ୍ବୋଧିତ କରିବାକୁ ଆଜି ରାୟଗଡ଼ା ଆସୁଛନ୍ତି କଂଗ୍ରେସର ଷ୍ଟାର୍‌ ପ୍ରଚାରକ ରାହୁଲ ଗାନ୍ଧୀ।

ବାରିଝୋଲାସ୍ଥିତ ଜିଆଇଏସିଆର୍‌ ଇଞ୍ଜିନିୟରିଂ କଲେଜ ପଡ଼ିଆରେ ଆୟୋଜିତ ଭୋଟ ସମାବେଶରେ ଯୋଗଦେବେ ରାହୁଲ। ମଧ୍ୟାହ୍ନ ୧୨ଟାରେ ରାହୁଲ ପହଞ୍ଚିବା ନିମନ୍ତେ ସମୟ ଧାର୍ଯ୍ୟ ହୋଇଛ। କର୍ମୀ ଚଳଚଞ୍ଚଳ ରହିଥିବା ବେଳେ ରାହୁଲଙ୍କ ଅଭିଭାଷଣକୁ ଭୋଟର ଅପେକ୍ଷା କରିଛନ୍ତି। ରାହୁଲଙ୍କ ଏହି ଗସ୍ତକୁ ନେଇ କଂଗ୍ରେସ କ୍ୟାମ୍ପରେ ନାହିଁ ନଥିବା ଉତ୍ସାହ । ରାହୁଲ ସ୍ୱତ୍ୱନ୍ତ୍ର ହେଲିକ୍ୟାପ୍ଟରରେ ବିଶାଖାପାଟଣାରୁ ବାହାରି ମଧ୍ୟାହ୍ନ ୧୨ଟା ୧୫ ରେ ଏଠାରେ ପହଞ୍ଚିବେ। ଏଠାରେ ସେ ଲୋକଙ୍କୁ ସମ୍ବୋଧିତ କରିବେ।

ନିକଟରେ ରାହୁଲ ସାଲେପୁର ଆସି ରାଜ୍ୟରେ କଂଗ୍ରେସ ପାଇଁ ଭୋଟଭିକ୍ଷାର ଅନୁକୂଳ କରିଥିଲେ। ସାଲେପୁର ସମାବେଶରେ ରାହୁଲ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଥିଲେ। ଆସନ୍ତା ମେ ୧୩ ତାରିଖରେ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଓ ଏହାର ଅଧିନରେ ଥିବା ୨୮ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏଠି ୮ ଜିଲ୍ଲାର ୪ ସାଂସଦ ଓ ୨୮ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ରାହୁଲ ଗାନ୍ଧୀ। ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ନେତା ଓ କର୍ମୀ ଯୋଗଦେବେ।

Leave A Reply

Your email address will not be published.