Latest Odisha News

BREAKING NEWS

ଓ୍ବାୟନାଡରୁ ଲଢ଼ିପାରନ୍ତି ରାହୁଲ, ସିଇସି ବୈଠକରେ ନିଷ୍ପତି

ନୂଆଦିଲ୍ଲୀ: କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ସମିତି ଦ୍ବାରା ଗତକାଲି ବସିଥିବା ବୈଠକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକସଭା ଆସନ ନିଷ୍ପତି ହୋଇଛି । କଂଗ୍ରେସର ପ୍ରଥମ ତାଲିକାରେ ରାହୁଲ ଗାନ୍ଧୀଙ୍କ ନାଁ ରହିଛି । ରାହୁଲ ଗାନ୍ଧୀ କେରଳ ଓ୍ବାୟନାଡ ନିର୍ବାଚନ ମଣ୍ଡଳୀରୁ ପୁଣି ଥରେ ନିର୍ବାଚନ ଲଢ଼ିବେ ।

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିଥିଲା । ଏହି ବୈଠକରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସହ ଅନେକ ବଡ଼ ନେତା ଉପସ୍ଥିତ ଥିଲେ । ସିଇସି ବୈଠକରେ ମଧ୍ୟ ବିଭିନ୍ନ ସ୍କ୍ରିନିଂ କମିଟି ଦ୍ୱାରା ପଠାଯାଇଥିବା ନାମ ମଧ୍ୟରୁ ପ୍ରାର୍ଥୀଙ୍କ ନାମ ଚୟନ କରାଯାଇଥିଲା ।

କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଛତିଶଗଡର ରାଜନନ୍ଦଗାଓଁରୁ ଭୁପେଶ ବାଗେଲ ଏବଂ କୋରବା ଆସନରୁ ଜ୍ୟୋତ୍ସନା ମହନ୍ତଙ୍କ ନାମ ସ୍ଥିର ହୋଇଛି। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଆଜି ଘୋଷଣା ହୋଇପାରେ । କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଦିଲ୍ଲୀର ତିନିଟି ଆସନରେ ନାମ ସ୍ଥିର ହୋଇପାରି ନାହିଁ। କମିଟିର ପରବର୍ତ୍ତୀ ବୈଠକ ୧୧ ତାରିଖରେ ହେବ । କଂଗ୍ରେସର ପ୍ରଥମ ତାଲିକାରେ ଛତିଶଗଡ଼, ଦିଲ୍ଲୀ, କର୍ଣ୍ଣାଟକ, ତେଲେଙ୍ଗାନା, କେରଳ, ଲାକ୍ଷାଦ୍ବୀପ, ମେଘାଳୟ, ତ୍ରିପୁରା, ସିକିମ୍, ମଣିପୁର ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ।

ତେଲେଙ୍ଗାନା ଏବଂ କେରଳ ପାଇଁ ସିଇସି ବୈଠକ ଶେଷ ହୋଇଛି । ବାକି ରାଜ୍ୟ ପାଇଁ  ଚାଲିଛି ବିଚାର । ପୂର୍ବତ୍ତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଘୋଷଣା ପତ୍ର ସମିତି ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏକ ଘୋଷଣା ପତ୍ର ପ୍ରସ୍ତୁତ କରିଛି ।

 

 

 

Leave A Reply

Your email address will not be published.