Latest Odisha News

BREAKING NEWS

ଆଜି ମହାଶିବରାତ୍ରୀ: ବାଲୁକା କଳାରେ ୫୦୦ ଶିବଲିଙ୍ଗ ତିଆରି କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହେଉଛି ମହାଶିବରାତ୍ରୀ । ଏହି ଅବସରରେ ବାଲୁକା କଳାରେ ଶିବରାତ୍ରୀର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚରେ ବାଲିରେ ତିଆରି କରିଛନ୍ତି ଦେବ ଦେବ ମହାଦେବଙ୍କ ଏକ ବିରାଟ ପ୍ରତିମା । ଏହାସହ ୫୦୦ ଶିବଲିଙ୍ଗ ମଧ୍ୟ ତିଆରି କରିଛନ୍ତି ।

ଏହି ପ୍ରତିମୂର୍ତ୍ତିର ଉଚ୍ଚତା ରହିଛି ୫ ଫୁଟ୍ । ଏହି ବାଲୁକା କଳା ନିର୍ମାଣ ପାଇଁ ୪ ଟନ୍ ର ବାଲି ବ୍ୟବହୃତ ହୋଇଛି । ଏଥିରେ ସେ ‘ଶାନ୍ତି ପାଇଁ ପ୍ରାଥନା, ଓମ୍ ନମଃ ଶିବାୟ’ ବାର୍ତ୍ତା ଲେଖିଛନ୍ତି । ଏହାକୁ ଦେଖିବା ପାଇଁ ପୁରୀର ନିଳାଦ୍ରୀ ବିଚରେ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଲାଗିଛି ।

ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ କହିଛନ୍ତି, ‘ପବିତ୍ର ମହାଶିବରାତ୍ରୀକୁ ନେଇ ସାରା ଦେଶ ଉତ୍ସବମୁଖର । ସାରା ଦେଶବାସୀଙ୍କୁ ସୁଖ ସମୃଦ୍ଧି ପ୍ରଭୁ ପ୍ରଦାନ କରନ୍ତୁ ବୋଲି ମୁଁ ଏହି ଚିତ୍ରକଳା ମାଧ୍ୟମରେ ପ୍ରାର୍ଥନା କରୁଛି’ ।

Leave A Reply

Your email address will not be published.